ଦେଶ ବିଦେଶ

ସିରିଆରେ ଭାରତୀୟ ସୁରକ୍ଷିତ: ଦୂତାବାସ ସହାୟତା ଜାରି

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ସିରିଆର ରାଜଧାନୀ ଦମାସ୍କସ୍‌ରେ ଥିବା ଭାରତୀୟ ଦୂତାବାସ ଏବେ ବି କାର୍ଯ୍ୟକ୍ଷମ ରହିଛି ଏବଂ ଏହା ସମସ୍ତ ଭାରତୀୟ ନାଗରିକଙ୍କ ସହ ଯୋଗାଯୋଗରେ ରହିଛି। ସିରିଆରେ ଥିବା ସମସ୍ତ ଭାରତୀୟ ନାଗରିକ ସୁରକ୍ଷିତ ଅଛନ୍ତି ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଦୂତାବାସ ଉପଲବ୍ଧ ରହିଥିବା କୁହାଯାଇଛି। ଏହା ପୂର୍ବରୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ଉପଦେଶାବଳୀ ଜାରି କରି ହିଂସା ପ୍ରଭାବିତ ଦେଶରେ ରହୁଥିବା ଭାରତୀୟମାନେ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଇସ୍‌ଲାମିକ ବିଦ୍ରୋହୀମାନେ ଆଜି ସିରିଆକୁ ବସର ଅଲ-ଅସଦ୍‌ଙ୍କ ଶାସନରୁ ମୁକ୍ତ କରିଥିବା ଘୋଷଣା କରିବା ସହ ରାଷ୍ଟ୍ରପତି ଭବନକୁ ନିୟନ୍ତ୍ରଣକୁ ନେଇଛନ୍ତି। ସେଠାରେ ବ୍ୟାପକ ଲୁଟ୍‌ପାଟ କରାଯାଇଥିବା ମଧ୍ୟ ଖବର ମିଳିଛି। ସିରିଆ ସ୍ଥିତି ଉପରେ ଭାରତ ତୀକ୍ଷ୍ଣ ନଜର ରଖିବା ସହ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ମଧ୍ୟ ସୁନିଶ୍ଚିତ କରାଯାଉଛି। ସେଠାରେ ପ୍ରାୟ ୯୦ ଜଣ ଭାରତୀୟ ନାଗରିକ ଅଛନ୍ତି, ଯେଉଁଥିରୁ ୧୪ ଜଣ ଜାତିସଂଘର ବିଭିନ୍ନ ସଂଗଠନରେ କାମ କରୁଛନ୍ତି। ବିଦ୍ରୋହୀ ସଂଗଠନ ହୟାତ ତାହିର ଅଲ-ଶାମ୍‌ର ମୁଖ୍ୟ ଅବୁ ମହମ୍ମଦ ଅଲ-ଜୋଲାନି କହିଛନ୍ତି ଯେ ଦେଶର ନିୟନ୍ତ୍ରଣ କ୍ଷମତା ଏବେ ସଂପୂର୍ଣ୍ଣ ଭାବେ ତାଙ୍କ ହାତରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button