ରାଶିଫଳ

ଆଜିର ରାଶିଫଳ

ମେଷ : ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ।

ବୃଷ : ଆଜିର ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିବ। ବ୍ୟବସାୟୀଙ୍କୁ ବିକ୍ରିରୁ ଯଥେଷ୍ଟ ଲାଭ ମିଳିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ଖୁସି ଖବର ମିଳିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ସମୟ ଦେବା ଦରକାର।

ମିଥୁନ : ଯେକୌଣସି ପରିସ୍ଥିତି ହେଉନା କାହିଁକି,ଆପଣ ଜମା ବ୍ୟସ୍ତ ହୁଅନ୍ତୁ ନାହିଁ, ଯଥା ସମୟରେ ସବୁ କିଛି ଠିକ୍‌ ହୋଇଯିବ । ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।

କର୍କଟ : ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ । ଗୃହ ସୀମା, ନିର୍ମାଣ, ଜମିଜମା କାରବାରରେ ସମସ୍ୟାମୁକ୍ତ ରହିବେ । ପଡୋଶୀଙ୍କ ପାଇଁ ଲାଭବାନ୍ ହୋଇପାରନ୍ତି । ଆୟ ପରିମାଣ ବୃଦ୍ଧି ପାଇବ ।

ସିଂହ :ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାର ଅସୁବିଧା ଭିତରେ ଗତି କରିବେ । ପିଲାମାନଙ୍କ ପଢା ନେଇ ମନ ଭାରାକ୍ରାନ୍ତ ରହିବ ।ଆବଶ୍ୟକ ପଡୁଥିବାରୁ ଅର୍ଥ ବିନିଯୋଗ କରିପାରନ୍ତି । ବନ୍ଧୁ ସହ-ଯୋଗ ପାଇ କାର୍ଯ୍ୟରେ ଆଗକୁ ବଢି ପାରିବେ ।

କନ୍ୟା : କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ଆବଶ୍ୟକପଡୁଥିବାରୁ ଅର୍ଥ ବିନିଯୋଗ କରିପାରନ୍ତି। ବନ୍ଧୁ ସହ-ଯୋଗ ପାଇ କାର୍ଯ୍ୟରେ ଆଗକୁ ବଢି ପାରିବେ।

ତୁଳା : ବିଭିନ୍ନ ସମସ୍ୟାରେ ମାନସିକ ସ୍ଥିତି ଭଲ ରହିବ ନାହିଁ । ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟି କୋଣ ବଦଳିଯାଇପାରେ । ପ୍ରିୟ ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ । ଧନକ୍ଷୟ ହେବାର ସମ୍ଭାବନା ଅଛି ।

ବିଛା : ଅଧୈର୍ଯ୍ୟ ନହୋଇ ପରିସ୍ଥିତି ର ମୁକାବିଲା କରିପାରିଲେ ଉପକୃତ ହେବେ । ଆୟ ଆଶାନୁରୂପ ହେବ। ବିଚାର ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିପାରନ୍ତି।

ଧନୁ : ପ୍ରତି ବନ୍ଧକ ଲାଗି ରହିବା କାରଣରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡିବେ। ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ ଉନ୍ନତି, କାର୍ଯ୍ୟ ସିଦ୍ଧି, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭାନ୍ୱିତ ହେବେ।

ମକର : ଗୃହକୁ କିଛି ମୂଲ୍ୟବନ୍ କିମ୍ବା ସୌଖୀନ ପଦାର୍ଥ ଆଣି ପାରନ୍ତି ।ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ମନ ଚଳ-ଚଞ୍ଚଳ ରହିବ । ସରକାରୀ ଅଥବା କାର୍ଯ୍ୟ କରୁଥିବା ବିଭାଗୀୟ ସ୍ତରରେ ସମ୍ମାନିତ ହେବେ ।

କୁମ୍ଭ : ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । ଆର୍ଥିକ ସମସ୍ୟା ନେଇ ବିଭିନ୍ନ ଦୁର୍ଭାବନା ଦୂରେଇବାରେ ସମର୍ଥ ହେବେ । ଆଜି କୌଣସି କ୍ଷେତ୍ରରେ ମଧ୍ୟ ଠିକ୍ ନିଷ୍ପତ୍ତି ଆପଣ ନେଇପାରିବେ ନାହିଁ ।

ମୀନ : ସାମଗ୍ରିକ ଦିଗରୁ ଦିନଟି ଭଲ ହେଲେ ମଧ୍ୟ ଆପଣଙ୍କ ଉପଭୋଗ୍ୟ ହୋଇପାରିବ ନାହିଁ ।ଚେଷ୍ଟା କରିଥିବା କାମଗୁଡିକ ଠିକ୍ ଭାବରେ ସମ୍ପନ୍ନ ହେବାରୁ ମନ ଖୁସିହୋଇଯିବ । ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ ।

Related Articles

Leave a Reply

Your email address will not be published. Required fields are marked *

Back to top button