ଦେଶ ବିଦେଶ

ପୁଷ୍କର ମେଳାରୁ ବାଦ ପଡିବ ଗୃହପାଳିତ ପଶୁ

ଜୟପୁର: ରାଜସ୍ଥାନର ଅଜମେର ଜିଲ୍ଲାର ପ୍ରସିଦ୍ଧ ପୁଷ୍କର ମେଳା ହେବନାହିଁ।  ପଶୁଙ୍କଠାରେ ଳମ୍ପି ଭାଇରସ ସଂକ୍ରମଣ ଦେଖା ଦେଇଥିବାରୁ ମେଳାରେ ପଶୁଙ୍କୁ ସାମିଲ କରାଯିବ ନାହିଁ। ବିନା ପଶୁରେ ହେବ ପୁଷ୍କର ମେଳା। ପୁଷ୍କର ମେଳା ମୁଖ୍ୟତଃ ଏକ ପଶୁ ମେଳା। ଏହାକୁ ଦେଖିବାକୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଧାଇଁ ଆସିଥାନ୍ତି ଆଜମେର।

ରାଜସ୍ଥାନର ରାଜଧାନୀ ଜୟପୁରଠାରୁ ୧୫୦ କିମି ଦୂର ପୁଷ୍କର ସହରରେ ପ୍ରତିବର୍ଷ କାର୍ତ୍ତିକ ମାସରେ ଆୟୋଜିତ ହୋଇଥାଏ ଏକ ବିରାଟ ମେଳା। ଏଥିରେ ମୁଖ୍ୟ ଆକର୍ଷଣ ହୋଇଥାନ୍ତି ପଶୁ। ସାରା ଦେଶରୁ ବହୁ ସଂଖ୍ୟାରେ ଲୋକେ ଏଠାକୁ ପଶୁ କିଣାବିକା ପାଇଁ ଆସିଥାନ୍ତି। ଚଳିତ ବର୍ଷ କିନ୍ତୁ ଲମ୍ପି ଭାଇରସ କାରଣରୁ ପୁଷ୍କର ମେଳାରେ ପଶୁଙ୍କୁ ସାମିଲ କରାଯିବ ନାହିଁ।

୧ ନଭେମ୍ବରରୁ ୭ ନଭେମ୍ବର ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ପୁଷ୍କର ମେଳାରେ ପଶୁଙ୍କୁ ବାଦ ଦେଇ ଅନ୍ୟାନ୍ୟ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ। ପୁଷ୍କର ଏସଡିଏମ ସୁଖରାମ ପିଣ୍ଡେଲ କହିଛନ୍ତି କି, ପଶୁଙ୍କ ଲମ୍ପି ରୋକ କାରଣରୁ ଚଳିତ ବର୍ଷ ମେଳାରେ ପଶୁଙ୍କ ମେଳା ଲାଗିବ ନାହିଁ।

ପଶୁପାଳନ ବିଭାଗର ଜଣେ ଅଧିକାରୀଙ୍କ ଅନୁସାରେ, ରାଜସ୍ଥାନରେ ଏପର୍ଯ୍ୟନ୍ତ ୧୫,୫୯,୬୫୯ ପଶୁ ଲମ୍ପି ଭାଇରସରେ ପ୍ରଭାବିତ ହୋଇସାରିଲେଣି।  ଯେଉଁଥିରେ ମଙ୍ଗଳବାର ପର୍ଯ୍ୟନ୍ତ ୭୪୪୯୫ ପଶୁଙ୍କ ମୃତ୍ୟୁ ହେଲାଣି ଓ ୧୧,୮୪, ୧୬୩ ପଶୁ ଆରୋଗ୍ୟଲାଭ କରିଛନ୍ତି।

ଏହି ପଶୁମେଳା ପୁଷ୍କର ସହରର ବାଲି ଗଦାରେ ଆୟୋଜିତ ହୋଇଥାଏ। ଏଠାକୁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପଶୁପାଳକ ନିଜ ଗୃହପାଳିତ ପଶୁଙ୍କୁ ନେଇ ମେଳାରେ ପହଞ୍ଚିଥାନ୍ତି। ଘୋଡା ବେପାର ଭଲ ହୋଇଥାଏ। ଏହା ବ୍ୟତୀତ, କାଠ କାରିଗରି, ଚମଡା ଶିଳ୍ପ ସମ୍ବନ୍ଧିତ ଦୋକାନ ଲାଗିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button