ସାଙ୍ଗମାନଙ୍କ ସହ ବୁଲିବାକୁ ମାଲିକ ଦେଲେନାହିଁ କାର, ଜୀବନ ନେଇଗଲା ଡ୍ରାଇଭର – Utkal Mail
କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଜଣେ ଡ୍ରାଇଭର ନିଜର କାର ମାଲିକଙ୍କୁ ହତ୍ୟା କରିଛି। ଏହି ଡ୍ରାଇଭର ଜଣକ ଚାହୁଁଥିଲେ ଯେ ମାଲିକ ତାଙ୍କର ବିଏମଡବ୍ଲୁ କାର ଦିଅନ୍ତୁ | କିନ୍ତୁ ମାଲିକ ଜଣକ କାର ଦେବାକୁ ମନା କରିବାରୁ ଡ୍ରାଇଭର ଏହି ହତ୍ୟାକାଣ୍ଡ ଭିଆଇଛି | ଡ୍ରାଇଭରଜଣକ ନିଜ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବାକୁ ଚାହୁଁଥିଲେ ଏବଂ ଏଥିପାଇଁ ସେ ମାଲିକଙ୍କ କାର ମାଗିଥିଲେ କିନ୍ତୁ ମାଲିକ ମନା କରିଦେଇଥିଲେ | ଏଥିରେ ରାଗିଯାଇ କାର ଡ୍ରାଇଭର ମାଲିକଙ୍କୁ ହତ୍ୟା କରିଥିଲା। ମୃତକଙ୍କ ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଅନୁସନ୍ଧାନ କରିଥିଲା ଏବଂ ବର୍ତ୍ତମାନ ଅଭିଯୁକ୍ତକୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ୭୨ ବର୍ଷୀୟ ଏହି ବ୍ୟବସାୟୀ କିଛିଦିନ ତଳେ ଡ୍ରାଇଭରକୁ ଡ୍ୟୁଟିରେ ନିଯୁକ୍ତ କରିଥିଲେ। ବ୍ୟବସାୟୀ ଜଣକ ତାଙ୍କର ଗୋଟିଏ ପୋଷା କୁକୁର ସହିତ ଏକୁଟିଆ ରହୁଥିଲେ। କିଛିଦିନ ହେଲାଣି ବ୍ୟବସାୟୀ, ତାଙ୍କ କୁକୁର ଏବଂ ତାଙ୍କ କାରକୁ ସ୍ଥାନୀୟ ଲୋକ ଦେଖିବାକୁ ପାଇନଥିଲେ | ଏହାପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ |
ନିକଟରେ ପୁଲିସ ଯେତେବେଳେ ଅନୁସନ୍ଧାନ କରିଥିଲା, ବ୍ୟବସାୟୀଙ୍କ ମୃତଦେହ ଏକ ବଗିଚାରୁ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା | ଏହାପରେ ପୁଲିସ ଜାଣିବାକୁ ପାଇଥିଲା ଯେ, ବ୍ୟବସାୟୀଙ୍କ ଡ୍ରାଇଭର ମଧ୍ୟ ଫେରାର ହୋଇଯାଇଛି | ପୁଲିସ ଡ୍ରାଇଭରଙ୍କୁ ଗିରଫ କରିବା ପରେ ସତ ସାମ୍ନାକୁ ଆସିଥିଲା |
ପଚରାଉଚରା ପରେ ଡ୍ରାଇଭର ଜଣକ କହିଥିଲେ ଯେ ବ୍ୟବସାୟୀଜଣକ କିଛି ମାସ ପୂର୍ବରୁ ତାଙ୍କୁ ନିଯୁକ୍ତ କରିଥିଲେ। ଅଭିଯୁକ୍ତ ଡ୍ରାଇଭର ତାଙ୍କ ସାଙ୍ଗମାନଙ୍କ ସହିତ ଏକ ପାର୍ଟିକୁ ଯିବାକୁ ଚାହୁଁଥିଲେ। ସେ ନିଜ ସାଙ୍ଗମାନଙ୍କୁ ଦିଘା ବେଳାଭୂମିକୁ ବୁଲାଇନେବାକୁ ଚାଁହୁଥିଲେ ଓ ଏଥିପାଇଁ ସେ ଦାମୀ କାର ଦେବାକୁ ମାଲିକଙ୍କୁ କହିଥିଲେ | କିନ୍ତୁ କାରର ମାଲିକ ତାଙ୍କୁ କାର ଦେବାକୁ ମନା କରିଦେଇଥିଲେ। ଏଥିରେ ରାଗିଯାଇ କାର ଡ୍ରାଇଭର ମାଲିକଙ୍କୁ ଆକ୍ରମଣ କରିଥିଲା। ତାଙ୍କ ମୁଣ୍ଡରେ ଆଘାତ କରି ଗଳା କାଟି ହତ୍ୟା କରିଥିଲେ। ଏହା ପରେ ସେ କାର୍ ନେଇ ଘରର କବାଟ ବାହାରୁ ବନ୍ଦ କରି ଚାଲିଯାଇଥିଲା | ବର୍ତ୍ତମାନ ପୁଲିସ ଅଭିଯୁକ୍ତ ତଥା ତାଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି।