ଚର୍ଚ୍ଚାରେ ରାଘବଙ୍କ ବରଯାତ୍ରୀ, ନୌକାରେ ବସି ଆସିଲେ ପରିଣୀତିଙ୍କ ବର – Utkal Mail
ନୂଆଦିଲ୍ଲୀ: ବଲିଉଡ୍ ସୁନ୍ଦରୀ ପରିଣୀତି ଚୋପ୍ରାଙ୍କର ବହୁ ଚର୍ଚ୍ଚିତ ବାହାଘର ଆଜି ଅର୍ଥାତ୍ ସେପ୍ଟେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଆମ୍ ଆଦମୀ ପାର୍ଟିର ଯୁବ ସାଂସଦ ରାଘବ ଚଢ଼ାଙ୍କ ପରିଣୀତି ହାତ ଧରୁଛନ୍ତି ।
ଜୟପୁରର ପ୍ରସିଦ୍ଧ ଲୀଲା ପ୍ୟାଲେସ ହୋଟେଲରେ ଏହି ବାହାଘର ହେଉଛି। ଏଥିପାଇଁ ଖୁବ ସ୍ବତନ୍ତ୍ର ଭାବେ ପ୍ୟାଲେସକୁ ସଜା ଯାଇଛି। ଆଉ ରାଘବ ନିଜର ଜୀବନସାଥୀଙ୍କୁ ବିବାହ କରିବା ପାଇଁ କାର କି ଘୋଡା ଚଢ଼ି ଯାଇନାହାନ୍ତି। ସେ ବରବେଶରେ ବରଯାତ୍ରୀଙ୍କ ସହ ନୌକାରେ ବିବାହ ମଣ୍ଡପକୁ ପହଞ୍ଚିଥିବାର ଦେଖିବାକୁ ମିଳିଥିଲା। ଏଦୃଶ୍ୟ ଖୁବ ଆକର୍ଷୀୟ ଥିଲା। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ରାଘବ ଧଳା ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ପରିଣୀତିଙ୍କ ବୋଧୂ ବେଶ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।
ବର ଆମ୍ ଆଦମୀ ପାର୍ଟିର ସାଂସଦ ମାନେ ଏ ବାହାଘରରେ ଏ ପାର୍ଟିର ଅନେକ ବଡ଼ ବଡ଼ ନେତା ଯୋଗଦେବା ନିଶ୍ଚିତ। ସେମାନଙ୍କ ଭିତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍। ପରିଣୀତିଙ୍କ ସଂପର୍କୀୟା ଭଉଣୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତିଦେବ ନିକ୍ ଜୋନାସ୍ ମଧ୍ୟ ବାହାଘରରେ ରହିବେ। ପରିଣୀତିଙ୍କର ପାଖଲୋକ ଭାବେ ପରିଚିତ ନିର୍ଦ୍ଦେଶକ କରଣ ଯୋହର, ଟେନିସ୍ ସୁନ୍ଦରୀ ସାନିଆ ମିର୍ଜା, ଡିଜାଇନର୍ ମନୀଷ ମାଲହୋତ୍ରାଙ୍କ ସମେତ ଅନେକ ବଲିଉଡ୍ ବ୍ୟକ୍ତିତ୍ବ ମଧ୍ୟ ଏଥିରେ ଯୋଗ ଦେଉଛନ୍ତି।