ଦେଶ ବିଦେଶ

ବାଣ ନ କିଣି ମିଠା କିଣିବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବାଣ ଫୁଟାକୁ ନେଇ ଦାୟର ଯାଚିକା ଉପରେ ଗୁରୁବାର ଆସିଛି ସୁପ୍ରିମକୋର୍ଟଙ୍କ ରାୟ। ଲୋକଙ୍କୁ ବାଣ ନ କିଣି ମିଠା କିଣିବାକୁ ପରାମର୍ଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ରାୟରେ କୋର୍ଟ କହିଛନ୍ତି, ଦିଲ୍ଲୀ ବାସୀଙ୍କୁ ଆଗେ ପ୍ରଦୂଷଣମୁକ୍ତ ବାୟୁ ଗ୍ରହଣ କରିବାକୁ ଦିଆଯାଉ।

ଦିଲ୍ଲୀ ସରକାର ଦିଲ୍ଲୀର ବାୟୁପ୍ରଦୂଷଣ ରୋକିବାକୁ ବାଣ ବ୍ୟାନ କରିଛନ୍ତି। ଏହି ବ୍ୟାନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବିଜେପି ନେତା ମନୋଜ ତିୱାରୀ। ଯାଚିକାରେ ତିୱାରୀ ଉଲ୍ଲେଖ କରିଥିଲେ କି, ଜୀବନ ଅଧିକାରର ବାହାନା କରି ଧର୍ମୀୟ ସ୍ବାଧୀନତା ଛଡାଇ ନିଆନ ଯାଉ। ସେ ଦୀପାବଳିରେ ବାଣ ଫୁଟାଇବାକୁ କୋର୍ଟଙ୍କୁ ଅନୁମତି ପ୍ରାର୍ଥନା କରିଥିଲେ। କିନ୍ତୁ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ କୋର୍ଟ।

ଦିଲ୍ଲୀ ପାଇଁ ଶୀତ ଦିନ ପ୍ରଦୂଷଣର ଋତୁ ହୋଇ ଆସୁଛି। ହରିଆଣା, ପଞ୍ଜାବ ଆଦି ସୀମାବର୍ତ୍ତୀ ରାଜ୍ୟର ନଡା ଜଳା ସହ ଦୀପାବଳିରେ ବାଣ ଫୁଟାଇବା ପାଇଁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିଥାଏ। ତେଣୁ ଦିଲ୍ଲୀ ସରକାର ବାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

ବାଣ କିଣିଲେ ବା ଫୁଟାଇଲେ ୨୦୦ ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡର ବ୍ୟବସ୍ଥା କରାଯାଇଛି। ସେହିପରି ବାଣ ବିକିଲେ, ବାଣ ଜମା ରଖିଲେ ୫୦୦୦ ଟଙ୍କା ଜରିମାନା ସହ ୩ ବର୍ଷ ଜେଲ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button