ଦେଶ ବିଦେଶ

କରୋନା ପରେ ଡେଙ୍ଗୁ ଖେଳାଇଛି ଆତଙ୍କ

ନୂଆଦିଲ୍ଲୀ: କରୋନା ପରେ ଏବେ ଦେଶରେ ବ୍ୟାପୁଛି ଆଉ ଏକ ସାଂଘାତିକ ରୋଗ। ଏପର୍ଯ୍ୟନ୍ତ ଏଥିରେ ୮୦ ହଜାର ଲୋକ ଆକ୍ରାନ୍ତ ହୋଇସାରିଲେଣି। ସମ୍ପ୍ରତି ଡେଙ୍ଗୁ ମୁଣ୍ଡ ବ୍ୟଥାର କାରଣ ହୋଇଛି। ୧୨ ରାଜ୍ୟରେ ଡେଙ୍ଗୁରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। କେରଳରେ ସବୁଠାରୁ ଅଧିକ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ।

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ୮୦ହଜାର ଲୋକ ଡେଙ୍ଗୁରେ ସଂକ୍ରମିତ ହୋଇଥିବା ବେଳେ ୬୦ ଜଣ ମୃତ୍ୟୁବରଣ କଲେଣି। କେରଳରେ ସର୍ବାଧିକ ୨୦ ଡେଙ୍ଗୁରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜସ୍ଥାନ ଓ ହରିଆଣାରେ ୬ ଲେଖା, ପଶ୍ଚିବ ବଙ୍ଗ ଓ ପଞ୍ଜାବରୁ ୩ ଲେଖା, ବିହାର, ତାମିଲନାଡୁରୁ ଡେଙ୍ଗୁ ମୃତ୍ୟୁ ନେଇ ରେକର୍ଡ ରହିଛି।

ଡେଙ୍ଗୁର ଭୟାବହତାକୁ ନେଇ କେନ୍ଦ୍ର ପକ୍ଷରୁ ୧୩ଟି ଟିମ ସବୁଠାରୁ ପ୍ରଭାବିତ ରାଜ୍ୟ ଗସ୍ତ କରୁଛନ୍ତି। ଗତ ଅଢେଇ ମାସ ଭିତରେ ଡେଙ୍ଗୁ ମାମଲା ଦ୍ରୁତ ବେଗରେ ବୃଦ୍ଧି ପାଉଛି। ୟୁପି ସମେତ ବହୁ ରାଜ୍ୟର ହସ୍ପିଟାଲରେ କିଛି ଶଯ୍ୟା ଡେଙ୍ଗୁ ରୋଗୀଙ୍କ ପାଇଁ ସଂରକ୍ଷିତ ରଖିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଥିବା ବେଳେ ବହୁ ରାଜ୍ୟ ନିଜ ଟିମ ଗଠନ କରି ଡେଙ୍ଗୁ ଚିକିତ୍ସା କରୁଛି।

ତେଲେଙ୍ଗାନାରେ ସର୍ବାଧିକ ୧୦ହଜାର ଡେଙ୍ଗୁ ରୋଗୀ ଥିବା ରେକର୍ଡ ହୋଇଥିବା ବେଳେ କର୍ଣ୍ଣାଟକରେ ୬୫୦୦, ରାଜସ୍ଥାନରେ ୬ ହଜାର, ଓଡିଶାରେ ୫୦୦୦, ତାମିଲନାଡୁରେ ୪୫୦୦, ବିହାର, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟରେ ୪ ହଜାର, ଦିଲ୍ଲୀରେ ୩୫୦୦, କେରଳରେ ୩୨୦୦, ହରିଆଣାରେ ୨୫୦୦, ଜମ୍ମୁ ଓ ହିମାଚଳ ପ୍ରଦେଶରେ ୨ହଜାର, ଉତ୍ତରାଖଣ୍ଡରେ ୧୫୦୦, ଆଣ୍ଡାମାନ ନିକୋବରରୁ ୧ହଜାର, ଦାଦରା ନଗର ହାବେଲିରେ ୪୦୦  ଓ ଚଣ୍ଡିଗଡରେ ୩୦୦ ଡେଙ୍ଗୁରୋଗୀ ଚିହ୍ନଟ ହୋଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button