ଦେଶ ବିଦେଶ

ଛତିଶଗଡ଼ ନିର୍ବାଚନରେ ଜୀବନରେ ପ୍ରଥମ କରି ଭୋଟ୍‌ ଦେବେ ୯୩ ବ‌ର୍ଷୀୟ ବୃଦ୍ଧ – Utkal Mail


କାଙ୍କେର୍‌: ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ନକ୍ସଲ୍‌ ଉପଦ୍ରୁତ କାଙ୍କେର୍‌ ଅଞ୍ଚଳର ଜଣେ ୯୩ ବର୍ଷିୟ ବୃଦ୍ଧ ଜୀବନରେ ପ୍ରଥମ କରି ଭୋଟ୍‌ ଦେବେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।

ଏହି ବର୍ଷୀୟାନ୍‌ ଭୋଟର୍‌ ହେଉଛନ୍ତି ଭାନୁପ୍ରତାପପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୈଁସାକାହ୍ନର୍‌ (କେ) ଗ୍ରାମର ଶେର୍‌ ସିଂହ ହେଡ୍‌କୋ। ଜିଲ୍ଲାପାଳ ପ୍ରିୟଙ୍କା ଶୁକ୍ଳାଙ୍କ ନେତୃତ୍ବରେ ଦ୍ବାର ଦ୍ବାର ବୁଲି କରାଯାଉଥିବା ଭୋଟର୍‌ ତାଲିକା ଅଭିଯାନରେ ତାଙ୍କ ନାଁ ସାମିଲ୍‌ କରାଯାଇଛି।

ସମ୍ଭବତଃ ହେଡ୍‌କୋଙ୍କ କାଗଜପତ୍ରରେ କୌଣସି ତ୍ରୁଟି ଥିବାରୁ ଅନେକ ବର୍ଷ ହେବ ତାଙ୍କ ନାଁ ଭୋଟର୍‌ ତାଲିକାରୁ ବାଦ ପଡ଼ିଥିଲା। ଫଳରେ ସେ ଭୋଟ୍‌ ଦାନରୁ ବଞ୍ଚିତ ହୋଇ ଆସିଛନ୍ତି।

ଭୋଟର୍‌ ତାଲିକାରେ ନାଁ ଅନ୍ତର୍ଭୁକ୍ତ କରାଯିବା ପରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରିବାର ଅଧିକାର ପାଇ ହେଡ୍‌କୋ ଖୁବ୍‌ ଉତ୍ସାହୀତ ହୋଇପଡ଼ିଛନ୍ତି। ଭୋଟ୍‌ ଦେଇ ପ୍ରତିନିଧି ଚୟନ କରିବାକୁ ସେ ଖୁବ୍‌ ବ୍ୟଗ୍ର ବୋଲି ତାଙ୍କ ତରଫରୁ ଜଣେ ଆତ୍ମୀୟ କହିଛନ୍ତି। କାରଣ ହେଡ୍‌କୋ ଏବେ ସ୍ପଷ୍ଟ ଭାବରେ କଥାବାର୍ତ୍ତା କରିପାରୁ ନାହାନ୍ତି।

ସୂଚନାଯୋଗ୍ୟ, ସମ୍ପ୍ରତି ଏହି ଜିଲ୍ଲାରେ ‘ବୁଥ୍‌ ଲେବେଲ୍‌ ଅଫିସର୍‌’ମାନେ (ବିଏଲ୍‌ଓ)  ଦ୍ବାର ଦ୍ବାର ବୁଲି ଭୋଟ୍‌ ଦେବାକୁ ଯୋଗ୍ୟ ବ୍ୟକ୍ତିମାନଙ୍କ ନାଁ ଭୋଟର୍‌ ତାଲିକାରେ ସାମିଲ କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button