ମନୋରଞ୍ଜନ

ବିବାହ ପରେ ଏପରି ନଜର ଆସିଲେ ନବଦମ୍ପତି – Utkal Mail


 ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ସେପ୍ଟେମ୍ବର ୨୫ ତାରିଖ ରବିବାର ଦିନ ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ  ବିବାହ କରିଛନ୍ତି।

ରାଜସ୍ଥାନ ଉଦୟପୁରର ହୋଟେଲ ଲୀଳା ପ୍ୟାଲେସରେ ଉଭୟଙ୍କ ବାହାଘର ଧୁମ୍‌ଧାମ୍‌ରେ ସମ୍ପର୍ଣ୍ଣ ହୋଇଛି। ବିବାହ ପ‌ରେ ରାଘବ ଓ ପରିଣୀତିଙ୍କ ‌ଗୋଟିଏ ପରେ ଗୋଟିଏ ଫଟୋ  ସୋସିଆଲ ମିଡିଆରେ ପୋଷ୍ଟ ହେଉଛି। ଯାହାକି ଦେଖୁ ଦେଖୁ ‌ ଭାଇରାଲ୍‌ ହୋଇଯାଉଛି।

ତେବେ ବିବ‌ାହ ସମୟରେ ମନିଷ ମଲହୋତ୍ରା ଡିଜାଇନ୍‌ କରିଥିବା ପୋଷାକକୁ ପରିଣୀତି  ଓ ରାଘବ ପିନ୍ଧି ଏକଦମ ପଞ୍ଜାବୀ ଲୁକ୍‌ରେ ନଜର ଆସିଥିଲେ। ବିବାହ ପରେ ପରିଣୀତି ଓ ରାଘବଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ରାଘବ କଳା ଓ ଧଳା ରଙ୍ଗର ‌କୋର୍ଟ ଓ ପ୍ୟାଣ୍ଟ ପିନ୍ଧିଥିବା ବେଳେ ପରିଣୀତି ମଥାରେ ସିନ୍ଦୁର ଲଗାଇ ଗୋଲାପୀ ରଙ୍ଗର ଶାଢ଼ି ଓ ଚୁଢ଼ି ପିନ୍ଧି ସ୍ବାମୀଙ୍କ ପାଖରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।

ସେହିପରି ଆଉ ଏକ ଭିଡିଓରେ ସେ ସ୍ବାମୀଙ୍କ ସହିତ ଖୁସିରେ ଚାଲିଚାଲି ଆସୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓରେ ପରିଣୀତି ଜିନ୍ସ ଟପ ସହିତ ଚୁଡ଼ି ଓ ମଥାରେ ସିନ୍ଦୂର ଲଗାଇଥିବ‌ା ବେଳେ ରାଘ ଧଳା ସାର୍ଟ ଓ କଳା ପ୍ୟାଣ୍ଟରେ ନଜର ଆସୁଛନ୍ତି।

 

ନବଦମ୍ପତିଙ୍କ ଏହି ଫଟୋ ଓ ଭିଡିଓକୁ ଦେଖି ଉଭୟଙ୍କ ଫ୍ୟାନ୍ସମାନେ ପରିଣୀତି ଓ ରାଘବଙ୍କୁ ବୈବାହିକ ଜୀବନର ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏଥିସହିତ କହିଛନ୍ତି, ‘ପରିଣୀତ ଓ ରାଘବ ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ।’

ଏହି କ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍‌ ସାଂସଦ ରାଘବ ଚଢ଼ାଙ୍କ ବିବାହ ସମୟ ଫଟୋକୁ ଟୁଇଟରରେ ସେୟାର କରି ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button