ବ୍ୟବସାୟ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ: ଚାଟ୍‌ଜିପିଟି ଦେଖିପାରିବ, ଶୁଣିପାରିବ, କହିପାରିବ – Utkal Mail


ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଜଗତରେ ବିପ୍ଳବ ଆଣିଥିବା ଚାଟ୍‌ଜିପିଟିରେ ଏହାର ସ୍ରଷ୍ଟା ଓପନ୍‌ଏଆଇ ନିୟମିତ ବ୍ୟବଧାନରେ ନୂଆ ନୂଆ ସୁବିଧାସୁଯୋଗ ଯୋଡ଼ୁଛି। ଖୁବ୍‌ଶୀଘ୍ର ଚାଟ୍‌ଜିପିଟିକୁ ଲୋକମାନେ ପାଟିରେ ପ୍ରଶ୍ନ ପଚାରିପାରିବେ ଏବଂ ମଣିଷ ଦେଉଥିବା ଉତ୍ତର ଭଳି ଉତ୍ତର ପାଇପାରିବେ। ଏବେ ଚାଟ୍‌ଜିପିଟିକୁ କେବଳ ଲେଖା ଜରିଆରେ ନିର୍ଦ୍ଦେଶ ଦିଆଯାଇପାରୁଛି। ଆଗାମୀ ଦିନରେ ଭଏସ୍‌ ଓ ଛବି ଜରିଆରେ ତାହାକୁ ପ୍ରଶ୍ନ କରାଯାଇପାରିବ। ଏହା ଦ୍ବାରା ଲେଖାପଢ଼ା ଜାଣିନଥିବା ଲୋକମାନେ ମଧ୍ୟ ଚାଟ୍‌ଜିପିଟିକୁ ସହଜରେ ବ୍ୟବହାର କରିପାରିବେ।

ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍ଟମ୍ୟାନ୍ ଜଣାଇଛନ୍ତି ଯେ ଚାଟ୍‌ଜିପିଟି ଏବେ ଦେଖିପାରିବ, ଶୁଣିପାରିବ ଓ କହିପାରିବ। ଛବି ଚିହ୍ନିବା ଲାଗି ମଧ୍ୟ ଚାଟ୍‌ଜିପିଟିରେ ନୂଆ ସୁବିଧା ଯୋଡ଼ାଯାଇଛି। ଫଟୋ, ଡକ୍ୟୁମେଣ୍ଟ୍‌ ଓ ସ୍କ୍ରିନ୍‌ସଟ୍‌କୁ ତାହା ପଢ଼ିପାରିବ। ଆସନ୍ତା ୧୪ ଦିନରେ ଚାଟ୍‌ଜିପିଟି ପ୍ଲସ୍‌ ଓ ଏଣ୍ଟରପ୍ରାଇଜ୍ ବ୍ୟବହାରକାରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ। ଭାରତରେ ଚାଟ୍‌ଜିପିଟି ପ୍ଲସ୍‌ ବ୍ୟବହାର କରିବା ଲାଗି ମାସିକ ୧୬୦୦ ଟଙ୍କା ଗଣିବାକୁ ପଡ଼ୁଛି। ଚାଟ୍‌ଜିପିଟିରେ ଭଏସ୍‌ ଚାଟ୍‌ ଆରମ୍ଭ ହେବା ପରେ ଗ୍ରାହକମାନେ ସିଧାସଳଖ ତାହାକୁ ପାଟିରେ ପ୍ରଶ୍ନ ପଚାରି ପାରିବେ। ଏହି ସୁବିଧା ପାଇବା ଲାଗି ଚାଟ୍‌ଜିପିଟିର ସେଟିଂ ବଦଳାଇବାକୁ ପଡ଼ିବ। ଲୋକମାନେ ପଚାରୁଥିବା ପ୍ରଶ୍ନକୁ ମେସିନ ଯେଭଳି ବୁଝିପାରିବ ସେଥିପାଇଁ ସ୍ବର ଚିହ୍ନଟ ବ୍ୟବସ୍ଥା ‘ହ୍ବିସ୍‌ପର’କୁ ଚାଟ୍‌ଜିପିଟିରେ ବ୍ୟବହାର କରାଯାଇଛି। ତାହା ମଣିଷର ସ୍ବରକୁ ଅକ୍ଷରର ରୂପ ଦେବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button