ମନୋରଞ୍ଜନ

ପରିଣୀତିଙ୍କ ପରେ ଚର୍ଚ୍ଚାରେ ପୂଜା ହେଗଡେ, କ୍ରିକେଟରଙ୍କୁ କରିପାରନ୍ତି ବିବାହ – Utkal Mail


ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରୁ ବଲିଉଡ ପର୍ଯ୍ୟନ୍ତ ନିଜର ଦୃଢ଼ ଅଭିନୟ ଦକ୍ଷତା ପ୍ରମାଣ କରିଥିବା ପୂଜା ହେଗଡେ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ପୂଜା ୨୦୧୪ରେ ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ସହ ଫିଲ୍ମ ମୋହେଞ୍ଜୋଦାରୋ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଅଭିନେତ୍ରୀଙ୍କୁ ସଲମାନ ଖାନଙ୍କ ସହ ଶେଷ ଥର ପାଇଁ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଦେଖିବାକୁ ମିଳିଥିଲା। ଫିଲ୍ମ ପ‌ରେ ଏବେ ପୂଜା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କୁହାଯାଉଛି ଯେ ଅଭିନେତ୍ରୀ ଖୁବଶୀଘ୍ର ବିବାହ କରିବେ।

ଜାତୀୟ ଗଣମାଧ୍ୟମ ସିନେ ଜୋଶରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ପୂଜା ହେଗଡେ ମୁମ୍ବାଇର ଜଣେ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି। ହେଲେ ଏ ବାବଦରେ କୌଣସି ଅଧକାରୀକ ଘୋଷଣା କରାଯାଇନାହିଁ। ତେବେ ଏହା ପ୍ରଥମ ଥର ନୁହେଁ ଯେ ପୂଜାଙ୍କ ନାମ ଜଣେ କ୍ରିକେଟରଙ୍କ ସହ ଯୋଡି ଯାଇଛି। ଏହାପୂର୍ବରୁ ପୂଜା ହେଗଡେ କର୍ଣ୍ଣାଟକର ଜଣେ କ୍ରିକେଟରଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ବୋଲି ଅନେକ ରିପୋର୍ଟରେ ଦାବି କରାଯାଇଥିଲା। ତେବେ ପୂଜା ଏହି ସବୁ ଚର୍ଚ୍ଚାକୁ କେବଳ ଏକ ଗୁଜବ ବୋଲି କହିଥିଲେ।

ତେବେ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ରିଲିଜ ସମୟରେ ସଲମାନ ଖାନ ଏବଂ ପୂଜା ହେଗଡେ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ପରେ ପୂଜା କି ସଲମାନ ଏହା ଉପରେ କୌଣସି ପ୍ରତିକ୍ରିୟା ନଦେଇ ଏହି ଚର୍ଚ୍ଚାକୁ ବନ୍ଦ କରିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button