ଓଡିଶା

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ – Utkal Mail



ଭବାନୀପାଟଣା: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପିସି ଏବଂ ପିଏନଡିଟି ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସିଡ଼ିଏମଓ କଳାହାଣ୍ଡି ଡ. ସୁଚେତା ପାଣି ଜିଲ୍ଲାରେ ପୂର୍ବ ଗର୍ଭ ଧାରଣ ଓ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ନିଆଯାଇଥିବା ପଦକ୍ଷେପ ଓ ସ୍ଵୀକୃତି ଦେଇଥିବା ଅଲଟ୍ରାସାଉଣ୍ଡ କ୍ଲିନିକ୍ ଉପରେ ସବିଶେଷ ତଥ୍ୟ ଦେଇଥିଲେ ।

ଜିଲ୍ଲାରେ ସରକାରୀ ସ୍ତରରେ ୪ ଟି ଭବାନୀପାଟଣା ଡାକ୍ତରଖାନା, ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା, କେସିଙ୍ଗା ଓ ଏମ୍ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସହିତ ଘରୋଇ କ୍ଷେତ୍ରରେ ଭବାନୀପାଟଣାରେ ୯ ଟି , ଧର୍ମଗଡ ରେ ୫ ଟି, କେସିଙ୍ଗା ରେ ୨ ଟି, ଜୁନାଗଡ ରେ ୩ଟି, ନର୍ଲା ରେ ୧ ଟି ଏବଂ ଲାଞ୍ଜିଗଡ ରେ ୧ ଟି ଅଲଟ୍ରା ସାଉଣ୍ଡ ଡାକ୍ତର ସହ ଚାଲୁଅଛି ।

ଜିଲ୍ଲାପାଳ ଗୃହରେ ଶିଶୁ କନ୍ୟାର ହ୍ରାସ ଓ ଲିଙ୍ଗଗତ ଅସମାନତା କୁ ଦୂର କରିବାକୁ ହେଲେ ଭ୍ରୁଣ ହତ୍ୟା ଭଳି ଜଘନ୍ୟ ଅପରାଧ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ ବିରୋଧ ରେ ପଦକ୍ଷେପ ନେବାକୁ ସିଡିଏମଓ ଙ୍କୁ କହିଥିଲେ । ଯେହେତୁ ଶିଶୁ କନ୍ୟାର ହ୍ରାସ ର ଏକ ପ୍ରମୁଖ କାରଣ ମାଆ ଗର୍ଭ ରେ ଥିବା ଭ୍ରୁଣକୁ ନଷ୍ଟ କରିବା ଏବଂ ଏଥିପାଇଁ ବେଆଇନ ଲିଙ୍ଗ ନିରୂପଣ କରୁଥିବା ଅଲଟ୍ରା ସାଉଣ୍ଡ କ୍ଲିନିକ୍ କୁ ଅଭିନବ ଉପାୟରେ, କୌଶଳରେ ଅଚାନକ ଚଢ଼ାଉ ଏବଂ ଧରିବା ପାଇଁ ପଦକ୍ଷେପ ନେବାକୁ ଚଢାଉ ଟିମ୍ ର ସଦସ୍ୟଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ସଚେତନତା ସୃଷ୍ଟି, ବେଆଇନ ଲିଙ୍ଗ ନିରୂପଣ ବିଷୟରେ ଖବର ଦେବା ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିବାକୁ ସିଡିଏମଓ ଙ୍କୁ କହିଥିଲେ ।

ବୈଠକରେ ଏଡିଏମଓ (ଏମଏସ) ଡ. ରଞ୍ଜନ ମିତ୍ର, ଶିଶୁ ରୋଗ ବିଶେଷଜ୍ଞ ଡ. ବିଜୟ କମ୍ପ, ଡିପିଏଚସି ଓ ଭାରତୀ ବ୍ରହ୍ମା, ଡିଆଇପିଆର୍ ଓ ମନୋଜ ବେହେରାଙ୍କ ସମେତ ଦାପ୍ତା, ସେବା ଜଗତ, ଜନ ସାହାଯ୍ୟ ସ୍ବେଛାସେବୀ ଅନୁଷ୍ଠାନର ପ୍ରତିନିଧି ଓ ସ୍ବାସ୍ଥ୍ୟବିଭାଗ କର୍ମଚାରୀ ଉପସ୍ଥିତ ଥିଲେ ।




Related Articles

Leave a Reply

Your email address will not be published. Required fields are marked *

Back to top button