ଓଡିଶା

ଭିଆରଏସ୍ ନେଲେ ଅରୁଣ ଷଡ଼ଙ୍ଗୀ

ଭୁବନେଶ୍ୱର, ୫।୧୦ : ପୂର୍ବତନ ପୁଲିସ ଡିଜି ଅରୁଣ ଷଡ଼ଙ୍ଗୀ ସରକାରୀ ଚାକିରିରୁ ଭିଆରଏସ ନେଇଛନ୍ତି । ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଶ୍ରୀ ଷଡ଼ଙ୍ଗୀଙ୍କୁ ରାଜ୍ୟ ସରକାର ଶନିବାର ଅନୁମତି ଦେଇଛନ୍ତି । ଶ୍ରୀ ଷଡ଼ଙ୍ଗୀଙ୍କ ଚାକିରି ୨୦୨୫ ଜୁଲାଇ ପର୍ଯ୍ୟନ୍ତ ଥିଲା । ତାଙ୍କୁ OPSCର ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ ।

ସେଥିପାଇଁ ସେ ଭିଆରଏସ ପାଇଁ ଆବେଦନ କରିଥିଲେ। । ଆସନ୍ତା ସୋମବାର ସେ ଓପିଏସସି ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ତାଙ୍କୁ ପୂର୍ବ ସରକାର ୨୦୨୩ ଡିସେମ୍ବର ୩୧ତାରିଖରେ ରାଜ୍ୟର ଅସ୍ଥାୟୀ ପୁଲିସ ଡିଜି ଭାବେ ନିଯୁକ୍ତି ଦେଇଥିଲେ। ପରବର୍ତ୍ତି ସମୟରେ ସେ ବିପିଏସପିଏ ନିର୍ଦେଶକ ଭାବେ ଦାୟିତ୍ବ ନେଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button