କ୍ରାଇମ

କୋଟାରେ ଜୀବନ ହାରିଲେ ପୁଣି ଜଣେ ‘ନିଟ୍‌’ ଆଶାୟୀ; ଚଳିତ ବର୍ଷର ୨୬ତମ ମୃତ୍ୟୁ ଘଟଣା – Utkal Mail


ଜୟପୁର: ବୁଧବାର ଦିନ ରାଜସ୍ଥାନର କୋଟାରେ ପୁଣି ଜଣେ ‘ନିଟ୍‌’ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିବା ଛାତ୍ର ଜୀବନ ରହାଇଥିବା କଥା ପୁଲିସ କହିଛି।

ସୂଚନାଯୋଗ୍ୟ, ଏହା ହେଉଛି କୋଟା ସହରରେ ଚଳିତ ବର୍ଷର ୨୬ତମ ଶିକ୍ଷାର୍ଥୀ ଆତ୍ମହତ୍ୟା ଘଟଣା।

ଉତ୍ତର ପ୍ରଦେଶରୁ ଆସିଥିବା ଉକ୍ତ ଛାତ୍ରଜଣକ ‘ନିଟ୍‌’ ପରୀକ୍ଷା ପାଇଁ ନିଜେ ପ୍ରସ୍ତୁତି ଚଳାଇଥିଲେ ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଇଞ୍ଜିନିୟରିଙ୍ଗ୍‌ ଓ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ପାଇଁ  କୋଚିଙ୍ଗ୍‌ ନେବାକୁ ଦେଶର କୋଚିଙ୍ଗ୍‌ ହବ୍‌ ଭାବେ ସୁପରିଚିତ କୋଟାକୁ ପ୍ରତିବର୍ଷ ଅସଂଖ୍ୟ ଶିକ୍ଷାର୍ଥୀ ଆସିଥାଆନ୍ତି।

କିନ୍ତୁ, ଗତ ଅଳ୍ପ କେତେ ବର୍ଷ ହେବ ‘ନିଟ୍‌’ ସମ୍ବନ୍ଧୀୟ ଆତ୍ମହତ୍ୟା ମାମଲା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଏଥିପାଇଁ ଅନେକେ ପାଠ ଚାପ ଓ ଶିକ୍ଷାର୍ଥଙ୍କ ମଧ୍ୟରେ ବିଫଳ ହୋଇଯିବାର ଆଶଙ୍କାକୁ ଦାୟୀ କରୁଛନ୍ତି।

ସେଥିପାଇଁ, ହଷ୍ଟେଲ୍‌ ଓ ପେଇଙ୍ଗ୍‌ ଗେଷ୍ଟ୍‌ ଭାବେ ରହୁଥିବା ଛାତ୍ରଛାତ୍ରୀମାନଙ୍କଠାରେ କୌଣସି ଅବସାଦ ଲକ୍ଷଣ ଦେଖାଯାଉଛି କି, ନାହିଁ ଦୃଷ୍ଟି ଦେବା ଲାଗି ୱାର୍ଡେନ୍‌, ମେସ୍‌ କର୍ମଚାରୀ ଓ ଟିଫିନ୍‌ ଯୋଗାଣକାରୀଙ୍କୁ କୋଚିଙ୍ଗ୍‌ ସେଣ୍ଟର୍‌ ସବୁ କହିଛନ୍ତି। ସାମୟିକ ପରୀକ୍ଷା ବନ୍ଦ ରଖିବା ଲାଗି ମଧ୍ୟ ଅଳ୍ପ ଦିନ ତଳେ ଜିଲ୍ଲା ପ୍ରଶାସନ କୋଚିଙ୍ଗ୍‌ ସେଣ୍ଟର୍‌ମାନଙ୍କୁ ନିର୍ଦେଶ ଦେଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button