ମନୋରଞ୍ଜନ

ଆର ଜନ୍ମରେ ମୁଁ ଲତା ମଙ୍ଗେସକର ହେବାକୁ ଚାହୁନି; ଜାଣନ୍ତୁ କାହିଁକି ଏଭଳି କହିଥିଲେ କୋକିଳକଣ୍ଠୀ – Utkal Mail


ମୁମ୍ବାଇ: ଲତା ମଙ୍ଗେସକରଙ୍କୁ ଭାରତର ସ୍ବର ସମ୍ରାଜ୍ଞୀ ବୋଲି କୁହାଯାଏ। ବଡ ସଂଗୀତଜ୍ଞମାନେ ମଧ୍ୟ ତାଙ୍କ ସହ କାମ କରିବା ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରନ୍ତି। କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ପ୍ରଶଂସକ ରହିଛନ୍ତି। ଭାରତରତ୍ନ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କର ଗତ ବର୍ଷ ଦେହାନ୍ତ ହେବା ପରେ ସଙ୍ଗୀତ ଦୁନିଆରେ ଏକ ଅପୂରଣୀୟ କ୍ଷତି ହୋଇଥିଲା। ମୃତ୍ୟୁକୁ ବର୍ଷେ ବିତିସାରିଥିବା ବେଳେ ଆଜି ତାଙ୍କର ୯୪ତମ ଜନ୍ମଦିନ। ସାରା ଦେଶବାସୀ ଆଜି ତାଙ୍କୁ ଓ ତାଙ୍ଗ ସଙ୍ଗୀତକୁ ମନେ ପକାଉଛନ୍ତି। ତେବେ ଆଜି ଏହି ମହାନ ବ୍ୟକ୍ତିତ୍ବଙ୍କୁ ସାରା ବିଶ୍ବ ମନେ ପକାଉଥିବା ବେଳେ ଲତାଜୀ ପୁଣି ଥରେ ଲତା ମଙ୍ଗେସକର ହୋଇ ଜନ୍ମ ନେବାକୁ ଚାହୁନଥିଲେ ବୋଲି ଜଣାପଡ଼ିଛି।

ଆଜ୍ଞା ହଁ, ଏକ ସାକ୍ଷାତକାରରେ ଲତାଜୀ ଏହା ସ୍ପଷ୍ଟ କରିଥିଲେ। ଏକ ସାକ୍ଷାତକାରରେ ଲତା ମଙ୍ଗେସକରଙ୍କୁ ପଚରାଯାଇଥିଲା ଯେ ସେ ଆର ଜନ୍ମରେ କ’ଣ ହେବାକୁ ଚାହାଁନ୍ତି? ତାଙ୍କର ଉତ୍ତର ଥିଲା ଯେ, ମୁଁ ଯାହା ବି ହୁଏ। ହେଲେ ପୁଣି ଥରେ ଲତା ମଙ୍ଗେସକର ହେବାକୁ ଚାହିବି ନାହିଁ। ଏହା ଶୁଣି ସାକ୍ଷାତକାର କରୁଥିବା ଉପସ୍ଥାପକ ଆଶ୍ଚର୍ଯ୍ୟ ହୋଇ ପଚାରିଥିଲେ, କାହିଁକି? ଉତ୍ତରରେ ଲତାଜୀ ହସି ହସି କହିଥିଲେ, ‘ଲତା ମଙ୍ଗେସକରଙ୍କ ଜୀବନରେ କେତେ ସମସ୍ୟା ରହିଛି, ତାହା କେବଳ ମୁଁ ଜାଣିଛି। ତେଣୁ ମୁଁ ପୁଣି ଥରେ ଲତା ହେବାକୁ ଚାହିବି ନାହିଁ।’




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button