ମନୋରଞ୍ଜନ

ମୁଁ ୨ଥର କାଷ୍ଟିଂ କାଉଚର ଶିକାର ହୋଇଛି: ଇଶା ଗୁପ୍ତା – Utkal Mail


ମୁମ୍ବାଇ: ଅନେକ ବଲିଉଡ ଫିଲ୍ମ ଓ ୱେବ ସିରିଜରେ ନଜର ଆସି ଲୋକପ୍ରିୟ ହୋଇପାରିଛନ୍ତି ଅଭିନେତ୍ରୀ ଇଶା ଗୁପ୍ତା। ନିକଟରେ ତାଙ୍କ ଅଭିନୀତ ୱେବ ସିରିଜ୍ ‘ଆଶ୍ରମ-୩’ ରିଲିଜ୍ ହୋଇଥିଲା। ଏଥିରେ ତାଙ୍କର ବୋଲ୍ଡ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା। ସବୁବେଳେ ନିଜର ସିଜିଲିଂ ଫଟୋକୁ ନେଇ ଚର୍ଚ୍ଚାରେ ରହୁଥିବା ଇଶା ଏବେ ୨ଥର କାଷ୍ଟିଂ କାଉଚର ଶିକାର ହୋଇଥିବା ବିଷୟରେ ଜଣାଇଛନ୍ତି। ଏଥିପାଇଁ ତାଙ୍କ ହାତରୁ ଅନେକ ଫିଲ୍ମ ମଧ୍ୟ ଚାଲିଯାଇଥିବା ସେ ଦାବି କରିଛନ୍ତି।

ଏକ ସାକ୍ଷାତକାରରେ ନିଜର ଅଭିଜ୍ଞତା ସେୟାର କରି ଇଶା କହିଛନ୍ତି, ଥରେ ଜଣେ ଫିଲ୍ମ ନିର୍ମାତା ମୋତେ ଏକ ଫିଲ୍ମର ସୁଟିଂ ସମୟରେ ତାଙ୍କ ସହ ରାତି କଟାଇବାକୁ କହିଥିଲେ। ସୁଟିଂ ଅଧା ହୋଇଥିବା ଭାବି ମୁଁ ହଁ କରିଦେବି ବୋଲି ସେ ଭାବିଥିଲେ। ‌ହେଲେ ମୁଁ ମନା କରିଦେଇଥିଲି। ଏଥିପାଇଁ ମୋତେ ସେହି ଫିଲ୍ମ ସହ ଆହୁରି ଅନେକ ଫିଲ୍ମରୁ ହଟାଇ ଦିଆଯାଇଥିଲା। ରାତି ନକଟାଇଲେ ଆମେ କାହିଁକି ଫିଲ୍ମ‌ରେ ନେବୁ ବୋଲି ନିର୍ମାତା କହୁଥିଲେ। ଦ୍ବିତୀୟ ଘଟଣାରେ, ଦୁଇ ଜଣ ଲୋକ ମୋ ପାଇଁ କାଷ୍ଟିଂ କାଉଚର ଜାଲ ବିଛାଉଥିଲେ। ମୁଁ ସେମାନଙ୍କ ସବୁ ଯୋଜନା ବୁଝି ଯାଇଥିଲି। ସେମାନଙ୍କ ଫାଶରେ ନପଡ଼ି ମୁଁ କେମିତି ଏଥିରୁ ନିଜକୁ ରକ୍ଷା କରିବି ତା’ର ବାଟ ବାହାର କଲି। ଏହା ‌ପରେ ରୁମରେ ଏକା ନଶୋଇ ମୁଁ ମୋର ମେକ୍ଅପ ଆର୍ଟିଷ୍ଟଙ୍କୁ ଡାକିଲି ଏବଂ ତାଙ୍କୁ ମୋ ସହିତ ରୁମରେ ରହିବାକୁ କହିଲି। ନିର୍ମାତାମାନେ ଷ୍ଟାରକିଡମାନଙ୍କୁ ଏଭଳି ରାତି କଟାଇବାକୁ କହିବା ପାଇଁ ସାହସ କରନ୍ତି ନାହିଁ। ହେଲେ ଆମ ଭଳି ସାଧାରଣ ମହିଳା ଏହାର ଶିକାର ହୁଅନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button