ନୀତି

ଯୁବାବସ୍ଥାରେ ହୃଦ୍‌ଘାତ – Utkal Mail


ଡା. ବିଶ୍ୱରଂଜନ ଜେନା

ଆଜିକାଲି ବିଳାସପୂର୍ଣ୍ଣ ବ୍ୟସ୍ତବହୁଳ ଜୀବନଶୈଳୀ ସାଙ୍ଗକୁ ଶାରୀରିକ ପରିଶ୍ରମ ନଥିବାରୁ ଶରୀର ଏବଂ ହୃଦୟରେ ବିଭିନ୍ନ ସମସ୍ୟା ଦେଖା ଦେଉଛି। ଶରୀରରେ ରକ୍ତଚାପ, ମଧୁମେହ, ମେଦବହୁଳତା ଇତ୍ୟାଦି ବୃଦ୍ଧି ହେଉଛି। ଫଳରେ ହୃଦ୍‌ରୋଗ ଆଶଙ୍କା ବହୁଗୁଣରେ ବଢ଼ି ଯାଉଛି। ହୃଦ୍‌ରୋଗ ଏକ ବଂଶାନୁକ୍ରମିକ ରୋଗ। ଯାହା ବୟସ ବଢ଼ିବା ଅନୁଯାୟୀ ଏହା ବଢ଼ିବାର ଆଶଙ୍କା ରହିଥାଏ। ଏହା ପୁରୁଷମାନଙ୍କ କ୍ଷେତ୍ରରେ ଦଶଭାଗ ୪୫ ବର୍ଷ ବୟସ ପୂର୍ବରୁ ଦେଖାଦେଇଥାଏ। ଏହାର କାରଣ ଅତ୍ୟଧିକ ଚର୍ବି ଜାତୀୟ ଖାଦ୍ୟ ଯଥା ତେଲ ଜାତୀୟ, ଫାଷ୍ଟଫୁଡ ଇତ୍ୟାଦି ନିୟମିତ ଖାଇବା ଦ୍ୱାରା କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି କରାଇ ରକ୍ତ ଧମନୀକୁ ଅବରୋଧ କରାଇ ହୃଦ୍‌ଘାତ କରାଇଥାଏ। ଅଣାୟତ୍ତ ରକ୍ତଶର୍କରା ସାଙ୍ଗକୁ ଉଚ୍ଚ ରକ୍ତଚାପ ଏହି ରୋଗର ଅନ୍ୟ ଏକ ପ୍ରମୁଖ କାରଣ ହେଇଥାଏ।

ହୃଦ୍‌ଘାତର ପୂର୍ବଭାଷ: ଚାଲିବା ବୁଲିବା, ସିଡ଼ି ଚଢ଼ିବା ସମୟରେ ଛାତିରେ କଷ୍ଟ ଅନୁଭବ, ଅଳ୍ପ ପରିଶ୍ରମରେ ଝାଳ ବାହାରିବା କିମ୍ବା ବିନା କାରଣରେ ଝାଳ ଗମଗମ ହୋଇ ବାହାରିବା ଇତ୍ୟାଦି ଲକ୍ଷଣକୁ ହୃଦ୍‌ରୋଗ ଜନିତ ବୋଲି ଧରାଯାଏ। ଉପରୋକ୍ତ ସମସ୍ୟା ଦେଖାଦେଲେ ତୁରନ୍ତ ନିକଟସ୍ଥ ହୃଦ୍‌ରୋଗ ବିଶେଷଜ୍ଞଙ୍କୁ ପରାମର୍ଶ କରିବା ଆବଶ୍ୟକ। ଯଦି ରୋଗୀର ହୃଦ୍‌ଘାତ ହୋଇଥାଏ ତେବେ ଏହା ହୃଦୟରେ ଥିବା ଧମନୀକୁ ଅବରୋଧ କରିଦେଇଥାଏ। ଫଳରେ ରୋଗୀ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରେ। ୟୁରିଆ, ମୁଧମେହ, ରକ୍ତଚାପ ଇତ୍ୟାଦି ଯାଞ୍ଚ ପରେ ରୋଗୀର ଆଞ୍ଜିଓଗ୍ରାମ୍‌ କରାଯାଇଥାଏ। ଆବଶ୍ୟକସ୍ଥଳେ ଅବରୋଧ ହୋଇଥିବା ଧମନୀରେ ଆଞ୍ଜିଓପ୍ଲାଷ୍ଟି କିମ୍ବା ଷ୍ଟେଣ୍ଟିଂ କରାଯାଇଥାଏ। ଉପଯୁକ୍ତ ଏବଂ ସୁଷମ ଖାଦ୍ୟ ସାଙ୍ଗକୁ ନିୟମିତ ବ୍ୟାୟାମ ଏକ ସୁସ୍ଥ ହୃଦୟ ଗଠନରେ ସାହାଯ୍ୟ କରିଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ଉପରୋକ୍ତ ନିୟମାବଳୀ ସାଙ୍ଗକୁ ୩୫ ବର୍ଷ ଅତିକ୍ରମ କଲାପରେ ବର୍ଷକୁ ଥରେ ନିଜର ଶରୀରର ପରୀକ୍ଷା କରାଇନେବା ଉଚିତ।

ଡା. ବିଶ୍ୱରଂଜନ ଜେନା
ହୃଦ୍‌ରୋଗ ବିଶେଷଜ୍ଞ
ସନସାଇନ୍‌ ହସ୍ପିଟାଲ, ଭୁବନେଶ୍ୱର




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button