ବ୍ୟବସାୟ
ଟାଟା ଷ୍ଟିଲ୍-ଇଣ୍ଡିଆନ ଅଏଲ୍ ବୁଝାମଣା – Utkal Mail
ଭୁବନେଶ୍ବର: ଟାଟା ଷ୍ଟିଲ୍ର ଫେରୋ ଆଲଏଜ୍ ଆଣ୍ଡ୍ ମିନେରାଲ୍ ଡିଭିଜନ ପକ୍ଷରୁ ଇଣ୍ଡିଆନ ଅଏଲ୍ ସହ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। କଂପାନିର ଗୋପାଳପୁର ଓ ଆଠଗଡ଼ରେ ଥିବା ଫେରୋ ଆଲଏଜ୍ କାରଖାନାକୁ ଇଣ୍ଡିଆନ ଅଏଲ୍ ଏଲ୍ପିଜି ଯୋଗାଇବା ସହ ସେଥିପାଇଁ ବ୍ୟବସ୍ଥା ସ୍ଥାପନ କରି ତାହାର ପରିଚାଳନା ଓ ରକ୍ଷଣାବେକ୍ଷଣ କରିବ। ଫର୍ନେସ୍ ତୈଳ ଓ ହାଇ-ସ୍ପିଡ୍ ଡିଜେଲ୍ ବଦଳରେ କଂପାନି ଏଲ୍ପିଜି ବ୍ୟବହାର କରିବ। ଏହି ବୁଝାମଣା ଆମକୁ କାର୍ବନ ନିର୍ଗମନରେ ସହାୟକ ହେବ ବୋଲି କଂପାନିର ଏକ୍ଜିକ୍ୟୁଟିଭ୍ ଇନ୍ଚାର୍ଜ ପଙ୍କଜ ସତିଜା କହିଛନ୍ତି।