ଜାଣନ୍ତୁ କେମିତି ଅଛନ୍ତି ଆପଣଙ୍କ ପ୍ରିୟ ‘ବାଲିକା ବଧୂ’ର ଆନନ୍ଦୀ – Utkal Mail
ମୁମ୍ବାଇ: ସମସ୍ତଙ୍କ ପ୍ରିୟ ଟିଭି ସୋ’ ‘ବାଲିକା ବଧୂ’ ଆପଣଙ୍କର ମନେ ଅଛି କି? ପୂରା ଷ୍ଟାର କାଷ୍ଟ ଏବଂ କାହାଣୀ ଦର୍ଶକଙ୍କ ମନକୁ ବେଶ୍ ଛୁଇଁଥିଲା ସେହି ସମୟରେ। ‘ବିଗ୍ ବସ୍-୬’, ‘ବକ୍ସ କ୍ରିକେଟ୍ ଲିଗ୍’ ପରି ରିୟଲିଟି ସୋ’ ‘ଏବଂ ‘କେସରିଆ ବାଲାମ୍ ଆବୋ ହାମାରେ ଦେଶ ‘,’ ମଧୁବାଲା – ଏକ୍ ଇସ୍କ ଏକ ଜୁନୁନ୍ ‘,’ ଉତ୍ତରନ ‘, ‘ରଙ୍ଗରସିୟା’ ଏବଂ ‘ବେଇନ୍ତେହା’ ପରି ଧାରାବାହିକରେ ନଜର ଆସିଥିବା ତୋରାଲ ରାସପୁତ୍ରଙ୍କୁ ମୁଖ୍ୟ ଚରିତ୍ର ଆନନ୍ଦୀ ଭୂମିକାରେ ଦେଖିବାକୁ ମିଳିଥିଲା। ସେ ସମୟରେ ତୋରାଲଙ୍କୁ ଖୁବ୍ ଭଲପାଇବା ମିଳିଥିଲା। ହେଲେ ତାଙ୍କ ବାସ୍ତବ ଜୀବନରେ ହିଁ ବୋଧହୁଏ ଭଲପାଇବାର ଟିକେ ଅଭାବ ରହିଗଲା।
ଆପଣ ଜାଣନ୍ତି କି ସେ ଏବେ କେଉଁଠାରେ ଅଛନ୍ତି ଏବଂ ଗତ କିଛି ବର୍ଷ ମଧ୍ୟରେ ସେ କ’ଣ ସବୁ ପରିସ୍ଥିତି ଦେଇ ଗତି କରିଛନ୍ତି? ବାସ୍ତବ ଜୀବନରେ ତୋରାଲ୍ଙ୍କୁ ଖୁବ୍ କଠିନ ସମୟ ଦେଇ ଗତି କରିବାକୁ ପଡିଛି। ଜଣେ ଉତ୍ସର୍ଗୀକୃତ ପତ୍ନୀ ହୋଇଥିଲେ ମଧ୍ୟ ତାଙ୍କ ବିବାହ ତିଷ୍ଠି ପାରିନାହିଁ।
୨୦୧୨ ମସିହାରେ ତୋରାଲ୍ ଜଣେ ବ୍ୟବସାୟୀଙ୍କୁ ବିବାହ କରିଥିଲେ। ‘ଟାଇମ୍ସ ଅଫ୍ ଇଣ୍ଡିଆ’ ଅନୁଯାୟୀ ତୋରାଲ୍ ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ଥିବା କିଛି ସମସ୍ୟା ପାଇଁ ସେମାନଙ୍କ ବିବାହ ତିଷ୍ଠିିପାରିଲା ନାହିଁ। ୨୦୧୫ ମସିହାରେ ସେ ଦୁହେଁ ପରସ୍ପରଙ୍କୁ ଛାଡ଼ପତ୍ର ଦେବାକୁ ଚିନ୍ତା କରିବା ପରେ ଏବେ ସେମାନଙ୍କର ବିବାହ ବିଚ୍ଛେଦ ହୋଇସାରିଛି।
ତଥାପି, ଏସବୁ ସତ୍ତ୍ୱେ ଅଭିନେତ୍ରୀ ତାଙ୍କ ଜୀବନକୁ ନିଜ ହିସାବରେ ଜୀଇଁବା ଛାଡ଼ିନାହାନ୍ତି। ସେ ନିଜକୁ ସେହି ଖରାପ ସମୟରୁ ବାହାରକୁ ବାହର କରି ନିଜ ଜୀବନକୁ ମୁକ୍ତ ଭାବରେ ଅତିବାହିତ କରୁଛନ୍ତି। ନିକଟରେ ଇନ୍ଷ୍ଟାଗ୍ରାମ୍ରେ ସେ ତାଙ୍କର ଏକ ସୁନ୍ଦର ଫଟୋ ପୋଷ୍ଟ୍ କରିଛନ୍ତି। ସେଥିରୁ ସେ ତାଙ୍କ ଅତୀତର କଷ୍ଟରୁ ବାହାରି ସୁନ୍ଦର ବର୍ତ୍ତମାନକୁ ଜୀଉଁଛନ୍ତି ବୋଲି ସ୍ପଷ୍ଟ ଦେଖାଯାଉଛି।



