ବିଚାର

ଏହି ୭ଟି ଜିନିଷ ଅଛି କି ଆପଣଙ୍କ ଘରେ ? ତେବେ ହୋଇଯାଆନ୍ତୁ ସତର୍କ

ପ୍ରାୟତଃ ମଣିଷ ଜୀବନରେ ଭଲ ଆୟ କରିବା ପରେ ମଧ୍ୟ ଟଙ୍କାର ଅଭାବ ଦେଖାଯାଇଥାଏ। ଜାଣିଛନ୍ତି କି ଏପରି ହେବାର କାରଣ କଣ ? ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ ଏପରି ହେବାର କାରଣ କହିବାକୁ ଯାଉଛୁ। ଆଜ୍ଞା ହଁ ଏପରି କିଛି ନକରାତ୍ମକ ଜିନିଷ  ଘରେ ରଖିବା ଦ୍ବାରା ମଣିଷ କାଙ୍ଗାଳ ହୋଇଯାଇଥାଏ। ଏହା ଦ୍ବାରା କେବଳ ଆର୍ଥିକ ସମସ୍ୟା ନୁହେଁ ବରଂ ଘରର ସଦସ୍ୟଙ୍କ ଭିତରେ ଝଗଡା ମଧ୍ୟ ଲାଗି ରହିଥାଏ। ଯଦି ଆପଣଙ୍କ ଘରେ ଏଭଳି କିଛି ଜିନିଷ ରଖିଛନ୍ତି ତେବେ ତୁରନ୍ତ ଏହାକୁ ଘରୁ ବାହାର କରି ଦିଅନ୍ତୁ।

broken-window-ଘରେ ଭଙ୍ଗା ଦର୍ପଣ କିମ୍ବା ଭାଙ୍ଗି ଯାଇଥିବା କୌଣସି କାଚ ଜିନିଷ ରଖିବା ଦ୍ବାରା ଆର୍ଥିକ ସମସ୍ୟା ଦେଖାଯାଇଥାଏ। ଏଥିସହ ପରିବାରରେ ସର୍ବଦା କଳହ ଲାଗି ରହିଥାଏ। ଘରର କବାଟ କିମ୍ବା ଝରକାରେ ଲାଗିଥିବା କାଚ ଭାଙ୍ଗିଯାଇଥାଏ ତେବେ ଏହାକୁ ତୁରନ୍ତ ବଦଳାନ୍ତୁ।

-ଘରର ପୂଜା ସ୍ଥାନରେ ପ୍ରତ୍ୟେକ ଦେବା-ଦେବୀଙ୍କ ପ୍ରତିମାକୁ ସାମ୍ନା-ସାମ୍ନି ରଖନ୍ତୁ ନାହିଁ। ଏପରି କରିବା ଦ୍ବାରା ଆୟର ସାଧନା କମ ହୋଇଥାଏ ଏବଂ ଖର୍ଚ୍ଚ ଅଧିକା ହୋଇଥାଏ।

-ଯଦି ଆପଣ ବଗିଚାରେ କଣ୍ଟା ଥିବା ଗଛ ଲଗାଇଥାନ୍ତି ତେବେ ତୁରନ୍ତ ସେହି ଗଛ ହଟାଇ ଦିଅନ୍ତୁ। କାରଣ ଏପରି ଗଛ ଲଗାଇବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ।

Thorny-plants-ସେହିପରି ଯଦି କୌଣସି ଭଗବାନଙ୍କ ପ୍ରତିମା ଟିକିଏ ଭି ଭାଙ୍ଗି ଯାଇଥାଏ ତେବେ ସେହି ପ୍ରତିମାକୁ ଜଳରେ ଭସାଇ ଦିଅନ୍ତୁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଭାଙ୍ଗି ଯାଇଥିବା ମୂର୍ତ୍ତି ପୂଜା କରିବା ଦ୍ବାରା ଗରେ ସର୍ବଦା ଆର୍ଥିକ ସମସ୍ୟା ଲାଗି ରହିଥାଏ।

– ବୁଢିଆଣୀ ଜାଲ କେବଳ ଘରର ଶୋଭା କରିନଥାଏ ବରଂ ଏହା ଅଶୁଭ ସଂକେତ ମଧ୍ୟ ହୋଇଥାଏ। ଏହି କାରଣରୁ କେବେ ମଧ୍ୟ ଘରେ ବୁଢିଆଣୀ ଜାଲ ନହେବା ପାଇଁ ଚେଷ୍ଟା କରନ୍ତୁ।

broken pots-ଏଥିସହ ଘରେ ଫଟା ବାସନ ବ୍ୟବହାର କରିବା ଅନୁଚିତ। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ଯଦି ଆପଣ ଏହି ବାସନରେ ଅନ୍ନ ସେବନ କରନ୍ତି ତେବେ ମା’ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରେ ସର୍ବଦା ଦାରିଦ୍ର୍ଯତା ଲାଗି ରହିଥାଏ। ଏହା ବ୍ୟତୀତ ଫାଟି ଯାଇଥିବା ଇଲୋକ୍ଟ୍ରୋନିକ୍ସ ଜିନିଷ, ଫଟୋ, ଫର୍ଣ୍ଣିଚର, ଖଟ, ଘଣ୍ଟା, ଦୀପ, ଝାଡୁ, ମଗ ଏବଂ କପ ଆଦି ଜିନିଷ ରଖିବା ଅନୁଚିତ। କାରଣ ଏହି ଜିନିଷ ରଖିବା ଦ୍ବାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ।

-ସେହିପରି ଘରର ଛାତ ଉପରେ ଅଳିଆ ଜିନିଷ ରଖନ୍ତୁ ନାହିଁ। ଏହା ଦ୍ବାରା ପରିବାରରେ ଆର୍ଥିକ ସମସ୍ୟା ଦେଖାଯିବା ସହ ମାନସିକ ସ୍ଥିତିରେ ମଧ୍ୟ ପ୍ରଭାବ ପକାଇଥାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button