ମନୋରଞ୍ଜନ

‘ଯବାନ’ ଟିମ୍ ଆଣିଲେ ୧+୧ ଅଫର, ଗୋଟିଏ ଟିକେଟରେ ପାଆନ୍ତୁ ଆଉ ଗୋଟିଏ ଟିକେଟ ମାଗଣା – Utkal Mail


ମୁମ୍ବାଇ: ସେପ୍ଟେମ୍ବର ୭ରେ ରିଲିଜ୍ ହୋଇଥିଲା ବାଦଶାହ ଶାହରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଯବାନ’। ରିଲିଜ୍ ପରେ ପରେ ବକ୍ସ ଅଫିସରେ ରାଜ୍ କରିଥିଲା ଏହି ଫିଲ୍ମ। ବିଭିନ୍ନ ରିପୋର୍ଟରେ ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ୧୦୦୦କୋଟି ପାର୍ କରିଥିବା ଦାବି କରାଯାଉଥିବା ବେଳେ ଏବେ ଫିଲ୍ମର ଆୟ ଆହୁରି ବଢ଼ାଇବା ପାଇଁ ୧+୧ ଅଫର ଆଣିଛନ୍ତି ‘ଯବାନ’ ଟିମ୍। ଅର୍ଥାତ୍ ଆପଣ ଗୋଟିଏ ଟିକେଟ ବୁକ୍ କଲେ ‘ସିକ୍ରେଟ କୋଡ୍’ ବ୍ୟବହାର କରି ଆଉ ଗୋଟିଏ ଟିକେଟ ମାଗଣାରେ ପାଇପାରିବେ।

ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇ ଏହି ସୂଚନା ଦିଆଯାଇଛି। ଏକ୍ସରେ କରାଯାଇଥିବା ପୋଷ୍ଟରେ ଲେଖାଯାଇଛି ଯେ, ବୁକମାଇସୋ’ରୁ ଗୋଟିଏ ଟିକେଟ ବୁକ୍ କରି ଦର୍ଶକ JAWAN କୋଡ ବ୍ୟବହାର କଲେ ଆଉ ଗୋଟିଏ ଟିକେଟ ମାଗଣାରେ ପାଇପାରିବେ। ଏହା ସହ ପେଟିଏମ ମୁଭିଜରେ AWANBOGO କୋଡ୍, ପିଭିଆର ଆଇନକ୍ସରେ JAWANBOGO ଓ ସିନେପଲିସରେ JWANRL7WW4 କୋଡ୍ ବ୍ୟବହାର କରି ମାଗଣା ଟିକେଟ ପାଇପାରିବେ ଦର୍ଶକ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button