ବ୍ୟବସାୟ

୬୦% ଯୁବତୀ ବାହାଘର ବ୍ୟୟବହନରେ ଆଗ୍ରହୀ: ସର୍ଭେ – Utkal Mail


ପୁଅ ୫୨%

ନୂଆଦିଲ୍ଲୀ: ଦେଶରେ ଏବେ ବାହାଘର ସିଜନ୍‌ ଚାଲିଛି। ଏଭଳି ସମୟରେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ତାହା ହେଲା ୪୨ ପ୍ରତିଶତ ‌ପିଲା ସେମାନଙ୍କ ବାହାଘର ଖର୍ଚ୍ଚ ବୋଝ ବାପାମାଆଙ୍କ ଉପରେ ଲଦିବାକୁ ଆଗ୍ରହୀ ନାହାନ୍ତି। ଅର୍ଥାତ ନିଜେ ନିଜ ବାହାଘର ଖର୍ଚ୍ଚ ଉଠାଇବାକୁ ଚାହାନ୍ତି ବୋଲି ଇଣ୍ଡିଆଲେଣ୍ଡ୍‌ସ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାଯାଇଛି।

ଇଣ୍ଡିଆଲେଣ୍ଡ୍‌ସର ୱେଡିଂ ସ୍ପେଣ୍ଡିଙ୍ଗସ୍‌ ରିପୋର୍ଟ ୨.୦ ନାମରେ ଏହା ଆସିଛି। ସଂସ୍ଥାର ଅନୁଧ୍ୟାନରୁ ଏହା ଜଣାଯାଇଛି ଯେ ଆଜିର ଯୁବପିଢ଼ି ନିଜ ବିବାହ ଖର୍ଚ୍ଚ ନିଜେ କରିବାକୁ ଚାହୁଛନ୍ତି। ସର୍ଭେରେ ସାମିଲ ୪୨ ପ୍ରତିଶତ ଯୁବକଯୁବତୀ ଏଭଳି ମାନସିକତା ରଖିଥିବା କହିଛନ୍ତି। ତେବେ ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କ ବାହାଘରକୁ ନେଇ ପିତାମାତାମାନେ ଅଧିକ ଚିନ୍ତିତ ଥାନ୍ତି। ଏଭଳି ସ୍ଥିତିରେ ଉକ୍ତ ସର୍ଭେରୁ ଜଣାଯାଇଛି ୬୦ ପ୍ରତିଶତ ଝିଅ ସେମାନଙ୍କ ବାହାଘର ଖର୍ଚ୍ଚ ନିଜେ ଉଠାଇବା ଲାଗି ଆଗ୍ରହ ବ୍ୟକ୍ତ କରିଛନ୍ତି। ପୁଅଙ୍କ କ୍ଷେତ୍ରରେ ଏହି ସଂଖ୍ୟା ୫୨ ପ୍ରତିଶତ ରହିଛି। ତେବେ ବାହାଘର ପାଇଁ ହେଉଥିବା ଖର୍ଚ୍ଚକୁ ଯୁବପିଢ଼ି କିଭଳି କରିବେ? ଏ ନେଇ ହୋଇଥିବା ପ୍ରଶ୍ନରୁ ଜଣାପଡ଼ିଛି ଯେ ବିବାହ କରିବାକୁ ଥିବା ୪୨.୧ ପ୍ରତିଶତ କନ୍ୟା ନିଜ ସଞ୍ଚୟରେ ବାହାଘର ଖର୍ଚ୍ଚ ଉଠାଇବାକୁ ଚାହାନ୍ତି। ସେହିଭଳି ୨୬.୩ ପ୍ରତିଶତ କନ୍ୟା ଋଣ ମାଧ୍ୟମରେ ବାହାଘର ଖର୍ଚ୍ଚ କରିବାକୁ ମତ ରଖିଛନ୍ତି। ଯେଉଁମାନେ ଋଣ କରିବାକୁ ମତ ଦେଇଛନ୍ତି ସେମାନଙ୍କ ମଧ୍ୟରୁ ୬୭.୭ ପ୍ରତିଶତ ଝିଅ ୧ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିବାକୁ ମତ ରଖିଛନ୍ତି। ତେବେ ୨୭.୭ ପ୍ରତିଶତ ଲୋକ ବାହାଘର ପାଇଁ ପାଣ୍ଠି କିଭଳି ସଂଗ୍ରହ କରିବେ ସେ ନେଇ ‌କିଛି ଚିନ୍ତା କରିନାହାନ୍ତି।

ସର୍ଭେରେ ଭାଗ ନେଇଥିବା ୭୦ ପ୍ରତିଶତ ଲୋକ କହିଛନ୍ତି ସେମାନଙ୍କ ବାହାଘର ଖର୍ଚ୍ଚ ବଜେଟ୍‌ ୧ରୁ ୧୦ ଲକ୍ଷ ଟଙ୍କା, ୨୧.୬ ପ୍ରତିଶତ ଲୋକଙ୍କ ମତ ବାହାଘର ଖର୍ଚ୍ଚ ବଜେଟ ୧୧ରୁ ୨୫ ଲକ୍ଷ ଭିତରେ। ୨୫ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ କରିବା ଲାଗି ୮.୪ ପ୍ରତିଶତ ମତ ଦେଇଛନ୍ତି। ଇଣ୍ଡିଆଲେଣ୍ଡ୍‌ସର ପ୍ରତିଷ୍ଠାତା ତଥା ସିଇଓ ଗୌରବ ଚୋପ୍ରା କହିଛନ୍ତି, ଆଜିର ଯୁବପିଢ଼ିଙ୍କ ମଧ୍ୟରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନିଜ ବାହାଘର ଖର୍ଚ୍ଚ ନିଜେ ଉଠାଇବା ନେଇ ମତ ରଖିବା ଆର୍ଥିକ ସ୍ବାଧୀନତା ଦିଗରେ ଏକ ବଡ଼ ବାର୍ତ୍ତା ଦେଉଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button