କ୍ରୀଡା

ପୁଣି ଥରେ ବାପା ଡାକ ଶୁଣିବେ ବିରାଟ କୋହଲି; ଦେଖାଯାଉ ଏଥର ‘ଛୋଟା ବିରାଟ’ ନା ’ଛୋଟୀ ଅନୁଷ୍କା’ – Utkal Mail


ମୁମ୍ବାଇ: କ୍ରିକେଟର୍‌ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମାଙ୍କ ଘରେ ପୁଣି ଥରେ ଶିଶୁର କ୍ରନ୍ଦନ ଶୁଣିବାକୁ ମିଳିବ କି? ଦ୍ବିତୀୟ ଥର ପାଇଁ ମାଆ ବନିବେ କି ଅଭିନେତ୍ରୀ ଅନୁଷ୍କା? ଆପଣ ଜାଣନ୍ତି ଯେ ବିରାଟ ଓ ଅନୁଷ୍କା ଉଭୟ କ୍ରିକେଟ୍‌ ଓ ବଲିଉଡ୍‌ ଜଗତରେ ଏକ ପରିଚିତ ଯୋଡ଼ି। ଯାହାଙ୍କୁ ନେଇ ସପ୍ତାହନ୍ତରେ ଏକ ବଡ଼ ଖବର ହସ୍ତଗତ ହୋଇଛି।

ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ ଅନୁଷ୍କା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି। ବିରୁଷ୍କାଙ୍କ ଘରେ ପୁଣି ଏକ କୁନି ପିଲାର ଆଗମନ ହେବାକୁ ଯାଉଛି ବୋଲି ପ୍ରକାଶ ପାଇଛି। ଅଭିନେତ୍ରୀ ଦ୍ବିତୀୟ ଥର ମାଆ ବନିବାକୁ ଯାଉଥିବା ବେଳେ ପତି-ପତ୍ନୀ ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଅନୁଷ୍କା ଏବେ ତାଙ୍କର ଦ୍ବିତୀୟ ତ୍ରୈମାସିକରେ ଅଛନ୍ତି ଓ ନିଜ ଗର୍ଭକାଳୀନ ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି। କୁହାଯାଉଛି କି ଗତ ଥର ଭଳି ଦମ୍ପତି ଏଥର ବି ଶେଷ ମୁହୂର୍ତ୍ତରେ ଲୋକଙ୍କ ସହ ଖୁସି ଖବର ସେୟାର୍‌ କରିବେ।

‌ଅନୁଷ୍କା ଗର୍ଭବତୀ ଅଛନ୍ତି ବୋଲି ଆଉ ଏକ କାରଣରୁ ବି ଅନୁମାନ କରାଯାଉଛି। କିଛି ଦିନ ତ‌ଳେ ଏହି ଲର୍ଭବାର୍ଡସଙ୍କୁ ଏକ ମାର୍ଟନିଟି କ୍ଲିନିକ୍‌ ବାହାରେ ଦେଖିବାକୁ ମିଳିଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର୍‌ ବିରାଟ କୋହଲି। ବିବାହର ୩ ବର୍ଷ ପରେ ୨୦୨୧ ମସିହାରେ ସେମାନଙ୍କର ଏକ ଝିଅ ଜନ୍ମ ନେଲା। ଝଇଅର ନାମ ଦମ୍ପତି ରଖିଛନ୍ତି ଭମିକା। ଏହି ନାମର ଅର୍ଥ ମାଆଲକ୍ଷ୍ମୀ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button