ଦେଶ ବିଦେଶ
ମୁଖ୍ୟମନ୍ତ୍ରୀ ନୀତୀଶଙ୍କ ଗାଡ଼ିମାଳା ଯୋଗୁ ଘଣ୍ଟାଏ ଅଟକିଲା ଆମ୍ବୁଲାନ୍ସ: ଭିଡ଼ରେ ଫସିଲେ ଶିଶୁ ରୋଗୀ – Utkal Mail
ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିମାଳାକୁ ଯିବାର ସୁଯୋଗ ଦେଇ ଶୁକ୍ରବାର ଏକ ଆମ୍ବୁଲାନ୍ସକୁ ପୁଲିସ ଘଣ୍ଟାଏ ଅଟକାଇଥିବା ଅଭିଯୋଗ ହୋଇଛି। ପାଟନା ନିକଟବର୍ତ୍ତୀ ପତୱାହ ଥାନା ନିକଟରେ ଏହି ଘଟଣା ଘଟିଥିଲା। କୁମାର ବିହାରର ନାଳନ୍ଦା ଅଞ୍ଚଳକୁ ଗସ୍ତ କରୁଥିବା ବେଳେ ପତୱାହ ଦେଇ ତାଙ୍କ ଗାଡ଼ିମାଳା ଅତିକ୍ରମ କରୁଥିଲା। ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିମାଳା ପାସ୍ କରିବା ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ଏକଘଣ୍ଟା ଧରି ଏକ ଆମ୍ବୁଲାନ୍ସ ସମେତ ଯାତ୍ରୀମାନେ ଟ୍ରାଫିକ୍ ପୋଷ୍ଟ ନିକଟରେ ଅଟକି ରହିଥିଲେ। ସେହି ଆମ୍ବୁଲାନ୍ସରେ ଥିଲା ଏକ ଗୁରୁତର ଶିଶୁ ରୋଗୀ, ଯିଏ ଚିକିତ୍ସା ପାଇଁ ପାଟନା ଯାଉଥିଲା। ଏକ୍ସ (ଟ୍ବିଟର)ରେ ଏହାର ଭିଡ଼ିଓ ଭାଇରାଲ ହୋଇଥିବା ବେଳେ ବହୁଲୋକ ପୁଲିସର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି।