ବ୍ୟବସାୟ

୨୦୯ ଟଙ୍କା ବୃଦ୍ଧି ପାଇଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ – Utkal Mail


ନୂଆଦିଲ୍ଲୀ: ଆଜିଠାରୁ ‘ପବ୍ଲିକ୍‌ ସେକ୍ଟର୍‌’ ‘ଅଏଲ୍‌ ମାର୍କେଟିଙ୍ଗ୍‌ କମ୍ପାନି’ ସବୁ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ପିଛା ଦର ୨୦୯ ଟଙ୍କା ବୃଦ୍ଧି କରିଛନ୍ତି।

ତୈଳ କମ୍ପାନି ସବୁ ଗତମାସରେ ବ୍ୟବସାୟ କ୍ଷେତ୍ରରେ ବ୍ୟବହାର କରାଯାଉଥିବା ୧୯ କିଲୋବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୧୫୮ ଟଙ୍କା ହ୍ରାସ କରିଥିଲେ।

ସୂଚନାଯୋଗ୍ୟ, ପ୍ରତି ମାସ ପହିଲାରେ ଉଭୟ ବ୍ୟାବସାୟିକ ଓ ଘରୋଇ ବ୍ୟବହାର ନିମନ୍ତେ ମିଳୁଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସଂଶୋଧନ କରିଥାଆନ୍ତି। ତେଣୁ, ଆଜି ଠାରୁ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ପରିବର୍ଦ୍ଧିତ ମୂଲ୍ୟ ଲାଗୁ ହେବ।

ସେହି ହିସାବରେ ଆଜିଠାରୁ ୧୯ କିଲୋବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଦିଲ୍ଲୀରେ ୧୭୩୧. ୫୦, ମୁମ୍ବାଇରେ ୧୬୮୪, ଲ‌କ୍ଷ୍ନୌରେ ୧୮୪୫, ଚେନ୍ନାଇରେ ୧୮୯୮, ବେଙ୍ଗାଲୁରୁରେ ୧୮୧୩ ଓ କୋଲ୍‌କାତାରେ ୧୮୩୯ ଟଙ୍କାରେ ବିକ୍ରୟ କରାଯାଉଛି।

Image Courtesy of TwentyFour News

କିନ୍ତୁ, ଘରୋଇ ରନ୍ଧନକ୍ରିୟାରେ ବ୍ୟବହାର କରାଯାଉଥିବା ୧୪.୨ କିଲୋଗ୍ରାମ୍‌ବିଶିଷ୍ଟ ‘ଏଲ୍‌ପିଜି’ ସିଲିଣ୍ଡର୍‌ ମୂଲ୍ୟ ଅପରିବର୍ତ୍ତିତ ରହିଛି। ସମ୍ପ୍ରତି ଜାରତୀୟ ରାଜଧାନୀ ଅଞ୍ଚଳରେ ଏହି ସିଲିଣ୍ଡର୍‌ର ଦର ୯୦୩ ଟଙ୍କା।

ଉଲ୍ଲେଖଯୋଗ୍ୟ, ଉଜ୍ଜ୍ବଳା ଯୋଜନାରେ ପ୍ରାୟ ୭୫ ଲକ୍ଷ ନୂଆ ‘ଏଲ୍‌ପିଜି’ ସଂଯୋଗ ଦିଆଯିବ ବୋଲି ସେପ୍ଟେମ୍ବର ମାସରେ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେବା ପରେ ଆଜି ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ବୃଦ୍ଧି ପାଇଛି। ଉଜ୍ଜ୍ବଳା ଯୋଜନାରେ ଆଗାମୀ ୩ ବର୍ଷ ମଧ୍ୟରେ ଯୋଗାଇ ଦିଆଯିବାକୁ ଥିବା ‘ଏଲ୍‌ପିଜି’ ସଂଯୋଗ ନିମନ୍ତେ ୧୬୫୦ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି।




Related Articles

Leave a Reply

Your email address will not be published. Required fields are marked *

Back to top button