ଦେଶ ବିଦେଶ

ଆତ୍ମଘାତୀ ବିସ୍ଫୋରଣ ପାଇଁ ଭାରତର ଗୁଇନ୍ଦା ଏଜେନ୍‌ସିକୁ ଦାୟୀ କଲା ପାକିସ୍ତାନ – Utkal Mail


କ୍ବେଟ୍ଟା: ଶୁକ୍ରବାର ଦିନ ପାକିସ୍ତାନରେ ଘଟିଥିବା ଦୁଇଟି ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ଭାରତର ଗୁଇନ୍ଦା ଏଜେନ୍‌ସିମାନେ ସମ୍ପୃକ୍ତ ବୋଲି ଶନିବାର ଦିନ ପାକିସ୍ତାନ ଅଭିଯୋଗ କରିଛି।

ସୂଚ‌ନାଯୋଗ୍ୟ, ବଲୋଚିସ୍ତାନ୍‌ର ମସ୍ତୁଙ୍ଗ୍‌ ଜିଲ୍ଲାରେ ଏକ ମସ୍‌ଜିଦ୍‌ ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟ ୬୫କୁ ବୃଦ୍ଧି ପାଇଛି। ସେଦିନ ମହାପୁରୁଷ ମହମ୍ମଦ୍‌ଙ୍କ ଜୟନ୍ତୀ ପାଳନ ଅବସରରେ ଶୋଭାଯାତ୍ରାରେ ବହାର କରିବା ପାଇଁ ସେଠାରେ ଅନେକ ଲୋକ ସମବେତ ହୋଇଥିଲେ। ସେହି ସମୟରେ ସେଠାରେ ଥିବା ଗୋଟାଏ ପୁଲିସ ଗାଡ଼ି ନିକଟରେ ଆତ୍ମଘାତୀଜଣକ ବୋମା ବିସ୍ଫୋରଣ କରିଥିଲା।

ଏହାର କିଛି ସମୟ ପରେ ଖୈବର୍‌ ପାଖ୍‌ତୁନ୍‌ଖ୍ବା ଅଞ୍ଚଳର ହାଙ୍ଗୁ ନଗରୀରେ ଥିବା ଏକ ମସ୍‌ଜିଦ୍‌ ନିକଟରେ ଆଉ ଏକ ବୋମା ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୫ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା।

Image Courtesy of Pakistan Observer

ପାକିସ୍ତାନର ଅଭ୍ୟନ୍ତରୀଣ ମନ୍ତ୍ରୀ ସର୍‌ଫରାଜ୍‌ ବୁଗ୍‌ଟି ବଲୋଚିସ୍ତାନର ରାଜଧାନୀ କ୍ବେଟ୍ଟାରେ କହିଛନ୍ତି ଯେ, ଏହି ଆତ୍ମଘାତୀ ଆକ୍ରମଣରେ ଭାରତର ‘ରିସର୍ଚ ଆଣ୍ଡ୍‌ ଆନାଲିସିସ୍ ୱିଙ୍ଗ୍‌ (ର’) ସମ୍ପୃକ୍ତ ଅଛି।

କିନ୍ତୁ, ପାକିସ୍ତାନର ଉପରୋକ୍ତ ବିବୃତି ବିଷୟରେ ଭାରତର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଏଯାବତ୍‌ କ‌ୌଣସି ପ୍ରତିକ୍ରିୟା ବ୍ୟକ୍ତ କରିନାହାନ୍ତି।

ସେ କହିଛନ୍ତି, ମସ୍ତୁଙ୍ଗ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିବା ତତ୍ତ୍ବମାନଙ୍କୁ ବିରୋଧରେ ବେସାମରିକ, ସାମରିକ ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ସବୁ ମିଳିତ ଭାବେ ଆକ୍ରମଣ କରିବେ।

ବିଶ୍ଳେଷଣ ନିମନ୍ତେ ଆତ୍ମଘାତୀ ବୋମାବିସ୍ଫୋରଣକାରୀଙ୍କ ‘ଡିଏନ୍‌ଏ’ ପଠାଯାଇଛି କହି ତଦନ୍ତ ଆରମ୍ଭ କରିବା ଲାଗି ଶନିବାର ଦିନ ରିପୋର୍ଟ ଫାଇଲ୍‌ କରିଥିବା କଥା କହିଛି।




Related Articles

Leave a Reply

Your email address will not be published. Required fields are marked *

Back to top button