ସବୁବେଳେ ଛାତି ପୋଡା କିମ୍ବା ଆମ୍ବିଳା ହାକୁଟି ହେଉଛି କି ? ଏହା GERD ର ଲକ୍ଷଣ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ଚିକିତ୍ସା
ଆମ ପାକସ୍ଥଳୀରୁ ଏସିଡ ଯାଇ ଯଦି ଆମ ଖାଦ୍ୟନଳୀରେ ଜମା ହୁଏ ତେବେ ଏହାକୁ ମେଡିକାଲ ଟର୍ମରେ GERD ବା ଗ୍ୟାଷ୍ଟ୍ରୋ ଇସୋଫେଗାଲ ରିଫ୍ଲକ୍ସ ଡିଜିଜ ବୋଲି କୁହା ଯାଇଥାଏ । ଆମ ପାକସ୍ଥଳୀର ଏସିଡ ଯାଇ ଖାଦ୍ୟନଳୀରେ ଜମା ହେବା ଫଳରେ ଏହା ଖାଦ୍ୟନଳୀର ଲାଇନିଂ କୁ କଷ୍ଟ କରିଥାଏ । ତେବେ ଏହି ରୋଗ କାହିଁକି ହୁଏ ? ଏହି ରୋଗର ଲକ୍ଷଣ ସବୁ କଣ ଓ କେମିତି ଚିକିତ୍ସା କରିବେ ଆସନ୍ତୁ ଜାଣିବା ବିଶିଷ୍ଟ ଗ୍ୟାଷ୍ଟେଏଣ୍ଟ୍ରୋଲୋଜିଷ୍ଟ ଡାକ୍ତର ଜ୍ଞାନରଞ୍ଜନ ରାଉତଙ୍କ ଠାରୁ ।
GERD ରୋଗର ଅନେକ ଗୁଡିଏ କାରଣ ରହିଛି । ଯେମିତିକି ଅତ୍ୟଧିକ ଓଜନ ବଢିବା, ହାଇଟୋସାର୍ନିଆ ବା ପେଟରୁ କିଛି କଣ୍ଟେଣ୍ଟ ଆମ ଛତି ଭିତରକୁ ଯାଇଥାଏ, ଖାଦ୍ୟନଳୀ ଓ ପାକସ୍ଥଳୀ ମଧ୍ୟରେ ଥିବା ସଂଯୋଗ ଦୁର୍ବଳ ହେବା, ଅତ୍ୟଧିକ କଫି କିମ୍ବା ଆଲକୋହଲ ପିଇବା, ଧୂମ୍ରପାନ ଆଦି ଯୋଗୁଁ ଏହି ରୋଗ ଦେଖା ଦେଇଥାଏ । କିଛି ଲୋକ ଅଧିକ ପେନକିଲର ଖାଇବା ଦ୍ଵାରା ମଧ୍ୟ ଏହି ରୋଗ ହୋଇଥାଏ । ଏହି ରୋଗର ଲକ୍ଷଣ ମଧ୍ୟ ଅନେକ ପ୍ରକାରର ରହିଛି ।
ଛାତି ଜଳିବା, ମଝି ଛାତିରେ ଯନ୍ତ୍ରଣା ହେବା, ଏସିଡ କଣ୍ଟେଣ୍ଟ ମୁହଁକୁ ଆସିଯିବା, ଖାଦ୍ୟ ଗିଳିବାରେ ଅସୁବିଧା ହେବା ଆଦି GERD ର ଲକ୍ଷଣ ହୋଇପାରେ । ସେହିପରି ରାତିରେ କିଛି ଲୋକଙ୍କୁ କାଶ ହେବା, କଫ ଜମି ରହିବା ମଧ୍ୟ ଏହି ରୋଗର ଲକ୍ଷଣ ହୋଇପାରେ ।
ଯଦି ବହୁତ ଦିନ ଯାଏଁ ଏହି ସବୁ ଲକ୍ଷଣ ଦେଖା ଦେଉଛି କିମ୍ବା ଅନ୍ୟ କିଛି ସିରିୟସ ଲକ୍ଷଣ ଯଥା ରକ୍ତ ବାନ୍ତି ହେବା, କଳା ଝାଡା ହେଉଛି, ରାତି ସମୟରେ ଅଧିକ କଫ ହେଉଛି ଏବଂ ଓଜନ ମଧ୍ୟ ହ୍ରାସ ପାଉଛି ତେବେ ତେବେ ଆପଣ ନିହାତି ଭାବେ ଜଣେ ଗ୍ୟାଷ୍ଟେଏଣ୍ଟ୍ରୋଲୋଜିଷ୍ଟ ନହେଲେ ନିକଟରେ ଥିବା କୌଣସି ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ ଅଟେ । ରୋଗୀଙ୍କ ସ୍ଥିତି ଦେଖି ତାଙ୍କୁ ପରୀକ୍ଷା କରି ସେହି ଅନୁସାରେ ଡାକ୍ତର ତାଙ୍କର ଚିକିତ୍ସା କରିଥାନ୍ତି ବା କରିବାକୁ କହିଥାନ୍ତି ।
ଡାକ୍ତର କିଛି ମେଡ଼ିସିନ ମଧ୍ୟ ଦେଇଥାନ୍ତି । ଯଦି ଏସବୁରେ ମଧ୍ୟ ରୋଗୀକୁ ଆରାମ ମିଳୁନାହିଁ ତେବେ ଅନ୍ୟ କିଛି ଶାରୀରିକ କାରଣ ଥିଲେ ଡାକ୍ତର ସର୍ଜରୀ କରିବାକୁ ମଧ୍ୟ କହିଥାନ୍ତି । ଯାହାକି ବହୁତ ବିରଳ କେସ୍ ରେ ହୋଇଥାଏ । ତେବେ ଅତି ଜଟିଳ ମାମଲାରେ ରୋଗୀଙ୍କୁ ଅଲସର କିମ୍ବା କ୍ୟାନ୍ସର ହୋଇଥବାର ମଧ୍ୟ ଦେଖିବାକୁ ମିଳେ ।
ଏହା ବ୍ଯତୀତ କିଛି ଲୋକଙ୍କୁ ଆଜମା ମଧ୍ୟ ହୋଇଥାଇ ପାରେ । ତେବେ ଆପଣ ଆରମ୍ଭରୁ ଯଦି ନିଜ ଓଜନ ପ୍ରତି ଧ୍ୟାନ ଦେବେ ଏବଂ ଖାଦ୍ଯପେୟ ଓ ଜୀବନଶୈଳୀକୁ ସନ୍ତୁଳିତ ରଖିବେ ତେବେ ଏହି ସମସ୍ଯା ହେବାରୁ ଆପଣ ନିଜକୁ ରକ୍ଷା କରିପାରିବେ । ବିଶେଷ କରି ବାହାରର ରାଗ ଏବଂ ଜଙ୍କ ଫୁଡ ଯେତେ କମ୍ ଖାଇବେ ସେତେ ଆପଣଙ୍କ ପାଇଁ ଭଲ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ