ମନୋରଞ୍ଜନ

ଦମ୍ପତିଙ୍କୁ ଧକ୍କା ଦେଲା କନ୍ନଡ଼ ଅଭିନେତା ନାଗଭୂଷଣଙ୍କ କାର୍‌; ସ୍ତ୍ରୀ ମୃତ, ସ୍ବାମୀ ଆହତ – Utkal Mail


ବେଙ୍ଗାଲୁରୁ: କନ୍ନଡ଼ ଚଳଚ୍ଚିତ୍ର ଅଭିନେତା ନାଗଭୂଷଣଙ୍କ କାର୍‌ ଶନିବାର ରାତିରେ ବେଙ୍ଗାଲୁରୁରେ ଏକ ଦମ୍ପତିଙ୍କୁ ଧକ୍କା ଦେଇଥିବା କଥା ପୁଲିସ କହିଛି। ଏହି ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ବ‌େଳେ ଆହତ ସ୍ବାମୀ ଚିକିତ୍ସାଧୀନ ଅଛନ୍ତି।

ବେଙ୍ଗାଲୁରୁ ଟ୍ରାଫିକ୍‌ ପୁଲିସ ଥାନାରେ ଏହି ଦୁର୍ଘଟଣା ସଂକ୍ରାନ୍ତରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରାଯାଇଛି। ଅଭିଯୋଗରେ ପୁଲିସ ଏହାକୁ ଦ୍ରୁତ ତଥା ବେପରୁଆ ଗାଡ଼ି ଚାଳନା ବୋଲି କହିଛି।

ସଂଗୃହୀତ ସୂଚନା ଅନୁସାରେ, ଶନିବାର ରାତି ପ୍ରାୟ ୯.୪୫ରେ ବସନ୍ତପୁର ମୁଖ୍ୟରାସ୍ତାର ‘ଫୁଟ୍‌ପାଥ୍‌’ରେ ଚାଲି ଚାଲି ଯାଉଥିବା ପତିପତ୍ନୀଙ୍କ ଉପରକୁ ନାଗଭୂଷଣ କାର୍‌ ମଡ଼ାଇ ଦେଇଥିଲେ। କାର୍‌ ଚଳାଇ ସେ ଉତ୍ତରହାଲ୍ଲିରୁ କୋନାନାକୁନ୍ତେ ଆଡ଼କୁ ଯାଉଥିଲେ।

Image Courtesy of India Today

ଅଭିନେତା ନାଗଭୂଷଣଙ୍କ କାର୍‌  ପ୍ରଥମେ ଦମ୍ପତିଙ୍କୁ ଧକ୍କା ଦେବା ପରେ ସିଧା ଯାଇ ଗୋଟାଏ ଇଲେକ୍ଟ୍ରିକ୍‌ ଖୁଣ୍ଟରେ ଧକ୍କା ଖାଇଥିଲା।

କାର୍‌ ଧକ୍କାରେ ଆହତ ହେବା ପରେ ଡାକ୍ତରଖାନାକୁ ନିଆଯିବା ବାଟରେ ସ୍ତ୍ରୀ ୪୮ ବର୍ଷୀୟ ପ୍ରେମାଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୫୮ ବର୍ଷିୟ ସ୍ବାମୀ କ୍ରିଷ୍ଣାଙ୍କର ୨ ଗୋଡ଼, ମୁଣ୍ଡ ଓ ପେଟରେ ଆଘାତ ଲାଗିଛି। ସେ ଚିକିତ୍ସାଧୀନ ଅଛନ୍ତି।

ନାଗଭୂଷଣ ନିଜେ ଉକ୍ତ ଦମ୍ପତିଙ୍କୁ ଡାକ୍ତରଖାନା ନେଇ ଯାଇଥିଲେ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସୂଚନାଯୋଗ୍ୟ, ଅଳ୍ପ ଦିନ ପୂର୍ବେ ନାଗଭୂଣଙ୍କ ଅଭିନୀତ ଚଳଚ୍ଚିତ୍ର ‘ତଗାରୁ ପାଲ୍ୟା’ ମୁକ୍ତିଲାଭ କରିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button