ଦେଶ ବିଦେଶ

ତେଲିଆ ନାକ ପାଇଁ ଚିନ୍ତାରେ ରହୁଛନ୍ତି କି ? ଏହି ଘରୋଇ ଉପାୟରେ ଦୂର କରନ୍ତୁ ସମସ୍ୟା

ଯୁବତୀ ହୁଅନ୍ତୁ ଅବା ଯୁବକ ସମସ୍ତେ ନିଜର ସୁନ୍ଦରତାକୁ ନେଇ ବେଶ୍‌ ଚିନ୍ତିତ ଥାଆନ୍ତି। ପ୍ରତ୍ୟେକ ଲୋକ ନିଜର ସୁନ୍ଦରତା ବଜାୟ ରଖିବା ପାଇଁ ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ମଧ୍ୟ ନିର୍ଭର କରନ୍ତି। କିନ୍ତୁ ଚେହେରାର ସୁନ୍ଦରତା ପାଇଁ ଆମକୁଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଯେପରିକି ନାକରୁ ବାହାରୁ ଥିବା ତେଲ। ଏପରି ସମସ୍ୟା ତେଲିଆ ତ୍ୱଚା ଥିବା ଲୋକଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ନାକରୁ ଅତିରିକ୍ତ ତେଲ ହଟାଇବା ପାଇଁ କିଛି ଘରୋଇ ଉପାୟ ରହିଛି, ଯାହାକୁ ଆପଣାଇ ନାକର ଅତିରିକ୍ତ ତେଲକୁ ହଟାଇପାରିବେ।

ପାଣି : ନିଜ ମୁହଁରୁ ଦିନକୁ ଚାରି କିମ୍ବା ପାଞ୍ଚ ଥର ଧୁଅନ୍ତୁ। ଏହା ସହିତ ଅଏଲ ଫ୍ରି ଫେସଓ୍ଵାସ ଲଗାନ୍ତୁ।

pani

ଲେମ୍ବୁ: ଲେମ୍ବୁ ତେଳ କାଢିବାରେ ଗୁଣକାରୀ ହୋଇଥାଏ। ମୁହଁ ଏବଂ ନାକରୁ ତେଲ ବାହାର କରିବାର କାମ କରିଥାଏ ଲେମ୍ବୁ। ଏହା ସହିତ ଅଳ୍ପ ତୁଳାରେ ଲେମ୍ବୁ ରସ ମିଶାଇ ମୁହଁ ଏବଂ ନାକରେ ଧୀରେ ଧୀରେ ସ୍କ୍ରବ କରନ୍ତୁ। ଏପରି ଦିନକୁ ୩-୪ଥର କରିପାରିବେ।

ବାଦାମ: ବାଦାମ ତୈଳୀୟ ତ୍ୱଚା ସହିତ ଲଢିବାରେ ବେଶ୍‌ ସହାୟକ ହୋଇଥାଏ। କିଛି ମହୁ ଏବଂ ବାଦାମକୁ ଘସି ଏକ ସ୍କ୍ରବ ପ୍ରସ୍ତୁତ କରନ୍ତୁ। ଏହି ସ୍କ୍ରବକୁ ନାକରେ ଲଗାଇବା ପରେ ଭଲଭାବେ ପାଣିରେ ଧୋଇଦିଅନ୍ତୁ।

milk

ଚନ୍ଦନ ଏବଂ କ୍ଷୀର : ନାକରୁ ତେଲ ହଟାଇବା ପାଇଁ ଏକ ଚାମଚ ଚନ୍ଦନ ଏବଂ କ୍ଷୀରରେ ପ୍ରସ୍ତୁତ ଏକ ପେଷ୍ଟ ତିଆରି କରନ୍ତୁ। ୧୫ ମିନିଟ୍‌ ଏହାକୁ ଲଗାଇବା ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ। ତା’ପରେ କମାଲ ଦେଖନ୍ତୁ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button