ମନୋରଞ୍ଜନ

ପ୍ୟାରିସ୍‌ ଫେସନ ୱିକ୍‌-୨୦୨୩ରେ ଡେବ୍ୟୁ କଲେ ନବ୍ୟା: ଭାବପ୍ରବଣ ହେଲେ ମାଆ ଶ୍ବେତା ଓ ଆଈ ଜୟା ବଚ୍ଚନ – Utkal Mail


ମୁମ୍ବାଇ: ପ୍ୟାରିସ୍‌ ଫେସନ ୱିକ୍‌-୨୦୨୩ରେ କେବଳ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା ରାୟ ନୁହଁନ୍ତି, ତାଙ୍କ ଭାଣିଜୀ ନବ୍ୟା ନବେଲୀ ବି ନିଜର ଜଲୱା ଦେଖାଇବାର ସୁଯୋଗ ହାତଛଡ଼ା କରିନାହାନ୍ତି।‌ ମେଗାଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ନାତୁଣୀ ପ୍ୟାରିସ୍‌ର ଫେସନ ୱିକ୍‌ରେ ଡେବ୍ୟୁ କରିଛନ୍ତି।

ନବ୍ୟା ସେଠାରେ ଏକ ନାଲି ରଂଗର ଛୋଟ ପୋଷାକ ପିନ୍ଧି ରାମ୍ପ୍‌ ୱାକ୍‌ କରିଛନ୍ତି। କେଶ ଖୋଲ କରିବାର ସହ ଖୁବ୍ କମ୍‌ ମେକ୍‌ଅପ୍‌ରେ ନବ୍ୟା ବେଶ୍‌ ଆକର୍ଷଣୀୟ ଦେଖା ଯାଇଥିଲେ। ବୋଲ୍‌ଡ ନାଲି ରଂଗର ଲିପ୍‌ଷ୍ଟିକ୍‌ ଲଗେଇ ନବ୍ୟା ଏକଦମ ନିଆରା ଦିଶୁଥିଲେ।

ନବ୍ୟାଙ୍କୁ ଦେଖି କେହି ବି କହିବେ ନାହିଁ ଯେ ତାଙ୍କର ଡେବ୍ୟୁ ଥିଲା ବୋଲି। ତାଙ୍କୁ ଦେଖି ଅଭିଜ୍ଞ ପରି ମନେହେଉଛି। ନବ୍ୟାଙ୍କୁ ସମର୍ଥନ କରି ତାଙ୍କ ମାଆ ଶ୍ବେତା ନନ୍ଦା ଓ ଆଈମାଆ ଜୟା ବଚ୍ଚନ ବି ସେଠାରେ ପହଞ୍ଚିଥିଲେ। ସେମାନେ ଆଗ ଧାଡ଼ିରେ ବସି ନବ୍ୟାଙ୍କୁ ଚିୟର୍‌-ଅପ୍‌ କରୁଥିବାର ଦେଖିବାକୁ ମିଳିଛି।

ଶ୍ବେତା ପ୍ୟାରିସ୍‌ ଫେସନ୍‌ ୱିକ୍‌ର ଅନେକ ଫଟୋ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ସେହି ଫଟୋରେ ଆଇଫିଲ୍‌ ଟାୱାର ବ୍ୟତୀତ ଜୟା ବଚ୍ଚନ ଓ ନବ୍ୟାଙ୍କ ସହ ତାଙ୍କର ନିଜର ଅନେକ ଫଟୋ ସେୟାର୍‌ କରିଛନ୍ତି।

ଶ୍ବେତା କହିଛନ୍ତି ଯେ ନବ୍ୟାଙ୍କର ରାମ୍ପ୍‌ ୱାକ୍‌କୁ ନେଇ ଅନୁଭବ ଖୁବ୍ ଭଲ ରହିଛି। ତେବେ ନବ୍ୟା ୱାକ୍‌ କରିବା ବେଳେ ମୁଁ ଓ ମାଆଙ୍କ ଆଖିରେ ଲୁହ ଆସି ଯାଇଥିଲା ବୋଲି ଶ୍ବେତା ସୋସିଆଲ୍‌ ମିଡିଆରେ ପୋଷ୍ଟ୍‌ କରିଛନ୍ତି। ତାଙ୍କ ପୋ‌ଷ୍ଟ୍‌ରେ ନବ୍ୟା ବି ମାଆ ଓ ଆଈଙ୍କୁ ନିଜର ତାକତ ବୋଲି କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button