ଦେଶ ବିଦେଶରାଜନୀତି

ପାଟିଦାର ନେତା ଅଳ୍ପେଶ ଆପ ପକ୍ଷରୁ ସୁରଟରୁ ଲଢିବେ

ସୁରଟ: ଗୁଜୁରାଟ ନିର୍ବାଚନ ପାଇଁ ଆପ ମୁଖ୍ୟ ଅରବିନ୍ଦ କେଜରିୱାଲ ନିଜର ଆଉ ୧୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ରାଜ୍ୟର ପାଟିଦାର ଆରକ୍ଷଣ ଆନ୍ଦୋଳନର ନେତା ଅଳ୍ପେଶ କଥିରିୟା ସାମିଲ ହୋଇଛନ୍ତି। ଅଳ୍ପେଶ ସୁରଟରୁ ନିର୍ବାଚନ ଲଢିବେ।

ଚଳିତ ଗୁଜୁରାଟ ବିଧାନସଭା ନିର୍ବାଚନରେ ଆପ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହୋଇ ଠିଆହୋଇଛି। ଆପ ସୋମବାର ଦିନ ନିଜ ଦଳର ୧୧ ତମ ପ୍ରାର୍ଥୀ ସୂଚି ଜାରି କରିଛି। ଗୁଜୁରାଟରେ ମୋଟ ୧୮୨ ଆସନ ମଧ୍ୟରୁ ଆପ ଏପର୍ଯ୍ୟନ୍ତ ୧୩୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଲାଣି। ଗୁଜୁରାଟରେ ଡିସେମ୍ବର ୧ ଓ ୫ରେ ଭୋଟଦାନ ହେବାକୁ ଥିବା ବେଳେ ୮ରେ ଗଣତି ହେବ।

ସୋମବାର ଘୋଷଣା ହୋଇଥିବା ଆଶାୟୀଙ୍କ ମଧ୍ୟରେ ପଟିଦାର ଆନ୍ଦୋଳନର ନେତା ଅଳ୍ପେଶଙ୍କ ନାମ ରହିଛି। ତାଙ୍କୁ ଆପ ସୁରଟର ପାଟିଦାର ବହୁଳ ଭରାଛା ରୋଡ ସିଟରୁ ଟିକେଟ ଦେଇଛି। ଏହି ସିଟରୁ ବର୍ତ୍ତମାନ ବିଜେପି ନେତା କିଶୋର କନାନି ବିଧାୟକ ଅଛନ୍ତି। ଅଳ୍ପେଶ ପଟିଦାର ଆରକ୍ଷଣ ଆନ୍ଦୋଳନରେ ହାର୍ଦ୍ଦିକ ପଟେଲଙ୍କ ନିକଟତର ସହଯୋଗୀ ଥିଲେ। ହାର୍ଦ୍ଦିକ ପଟେଲ ଚଳିତ ବର୍ଷ ପ୍ରାରମ୍ଭରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ। ଗତ ବର୍ଷ ସୁରଟ ନଗର ନିଗମ ନିର୍ବାଚନରେ ଆପ ୨୭ଟି ଆସନ ହାତେଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button