ମନୋରଞ୍ଜନ

ରିତିକଙ୍କୁ ଡେଟ୍ କରିବା ପରେ ମୁଁ ଘୃଣାର ଶିକାର ହୋଇଥିଲି: ସବା – Utkal Mail


ମୁମ୍ବାଇ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ପ୍ରେମ ସମ୍ପର୍କ ଥିବା ବିଷୟରେ ଲୋକଙ୍କୁ ଜଣାଇବା ପରେ ଦୁହେଁ ଏକା ସାଙ୍ଗରେ ଅନେକ ସ୍ଥାନରେ ନଜର ଆସୁଛନ୍ତି। କେବେ ଡିନର ବା ଲଞ୍ଚ ଡେଟରେ ତ କେବେ ବିଦେଶରେ ଛୁଟି କଟାଉଥିବାର ନଜର ଆସିଥାନ୍ତି ରିତିକ୍-ସବା।

ତେବେ ରିତିକଙ୍କ ସହ ପ୍ରେମ ସମ୍ପର୍କ ରଖିବା ପରେ କେଉଁ ସବୁ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି, ତାହା ଜଣାଇଛନ୍ତି ସବା। ଏକ ସାକ୍ଷାତକାରରେ ସବା କହିଛନ୍ତି, “ମୁଁ ସବୁବେଳେ ଘରେ ରହିବାକୁ ପସନ୍ଦ କରେ। ଯେଉଁମାନେ ମୋ ସହ ଜଡିତ ଅଛନ୍ତି ସେମାନେ ଏହାର ସାକ୍ଷୀ ଅଟନ୍ତି। ମୁଁ କ୍ୱଚିତ୍ ବାହାରକୁ ଯାଏ। ତେଣୁ ଏହା ମୋ ପାଇଁ ଏକ ଭୟାନକ ଅନୁଭୂତି ଥିଲା, ମୁଁ ମିଛ କହିବି ନାହିଁ। ମୁଁ ‘ପାପରାଜି ସଂସ୍କୃତି’ ପସନ୍ଦ କରେ ନାହିଁ। ହେଲେ ମୁଁ ଜାଣେ ଯେ ଫଟୋ ଉଠାଇବାକୁ କହୁଥିବା ବ୍ୟକ୍ତି କେବଳ ନିଜ କାମ କରୁଛନ୍ତି। ରିତିକଙ୍କୁ ଡେଟ୍ କରିବା ପ‌ରେ ପରେ ମୁଁ ଲାଇମଲାଇଟକୁ ଆସିଥିଲି। ଲୋକେ ମୋତେ ଟ୍ରୋଲ କରିବା ଆରମ୍ଭ କରିଥିଲେ। କିଛି ଲୋକଙ୍କର ମୁଁ ଘୃଣାର ପାତ୍ର ହୋଇଥିଲି। ପ୍ରଥମେ ପ୍ରଥମେ ଏସବୁ ମୋତେ ଖରାପ ଲାଗୁଥିଲା। ହେଲେ ସମୟ ସହ ମୁଁ ଏସବୁକୁ ବୁଝି ଆଗକୁ ବଢ଼ିଛି।”




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button