ଦେଶ ବିଦେଶ

୧୩୦୦ ଛାତ୍ରଛାତ୍ରୀଙ୍କୁ ଭିସା ଦେଲା ଚୀନ

ନୂଆଦିଲ୍ଲୀ: ଚୀନ ୧୩୦୦ ଭାରତୀୟ ବିଦ୍ୟାର୍ଥୀଙ୍କୁ ଭିସା ପ୍ରଦାନ କରିଛି। ଏହି ବିଦ୍ୟାର୍ଥୀମାନେ ଚୀନ ବିଶ୍ବ ବିଦ୍ୟାଳୟଗୁଡିକରେ ଅଧ୍ୟୟନ କରୁଥିଲେ। କିନ୍ତୁ ମହାମାରୀ ପାଇଁ ସ୍ବଦେଶକୁ ଫେରିବାକୁ ବାଧ୍ୟ ହୋଇଥିଲେ। କରୋନା ପରେ ଚୀନ ଭାରତୀୟ ବିଦ୍ୟାର୍ଥୀଙ୍କୁ ପୁଣି ପଢିବାକୁ ଭିସା ଦେଉନଥିଲା, ଯାହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିଲେ।

ଚୀନ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିୟନ ଏକ ପ୍ରେସ ମିଟରେ କହିଛନ୍ତି, ଚୀନରେ ଜାରି କୋଭିଡ କଟକଣା ଭିତରେ ଭାରତୀୟ ବିଦ୍ୟାର୍ଥୀମାନଙ୍କୁ ବଡ ଆଶ୍ବସ୍ତ କରିଛି ଚୀନ ସରକାର। ଝାଓଙ୍କ ମୁତାବକ, ମୋ ଜାଣତରେ କୋଭିଡ-୧୯ ପ୍ରତିବନ୍ଧକ ସତ୍ତ୍ବେ ଚୀନ ଓ ଭାରତ ମଧ୍ୟରେ ଯାତାୟାତ ବୃଦ୍ଧି ପାଉଛି। ୧୩୦୦ ଭାରତୀୟ ବିଦ୍ୟାର୍ଥୀମାନଙ୍କୁ ଭିଜା ଦିଆଯାଇଛି।

ବିଦେଶୀ ଛାତ୍ରଙ୍କୁ ସେମାନଙ୍କ ଶିକ୍ଷା ପୁଣି ଆରମ୍ଭ କରିବାକୁ ଚୀନ ସରକାର ସ୍ବାଗତ କରୁଛି। ସେମାନଙ୍କୁ ସମସ୍ତ ପ୍ରକାରର ସହାୟତ ଯୋଗାଇ ଦିଆଯିବ। ଚୀନରେ ଡିଗ୍ରୀ ହାସଲ କରିବାକୁ ଚାହୁଁଥିବା ବିଦେଶୀ ଛାତ୍ର ସେମାନଙ୍କ ଦେଶରେ ଥିବା ଚୀନ ଦୂତାବାସ ଓ ବାଣିଜ୍ୟ ଦୂତାବାସରେ ଭିସା ପାଇଁ ଆବେଦନ କରିପାରିବେ ବୋଲି ଝାଓ କହିଛନ୍ତି।

ଭିସା ପ୍ରଦାନରେ ବିଳମ୍ବତାକୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ ଚୀନ ମୁଖପାତ୍ର କହିଛନ୍ତି କି, ଭାରତୀୟ ବିଦ୍ୟାର୍ଥୀମାନେ ଏନଓସି ଜାରି କରିବାରେ ବିଳମ୍ବ ପାଇଁ ଭିସା ପ୍ରଦାନରେ ମଧ୍ୟ ବିଳମ୍ବ ହୋଇଛି। ଏଥିସହ ସେ କହିଛନ୍ତି କି, ଭାରତୀୟ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ବିଶ୍ବବିଦ୍ୟାଳୟ ସହ ସମ୍ପର୍କ ରକ୍ଷା କରିବାକୁ ଓ ଫେରିବାକୁ ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଛନ୍ତି। ବିଦ୍ୟାର୍ଥୀ ଓ ବିଶ୍ବବିଦ୍ୟାଳୟ ଅଧିକାରୀମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ପାଇଁ ଦ୍ବାର ଖୋଲା ରହିଛି।

ସୂଚନା ଯୋଗ୍ୟ ଚୀନର ଅନ୍ୟୁନ ୪୦ ବିଶ୍ବବିଦ୍ୟାଳୟଗୁଡିକ ଏପର୍ଯ୍ୟନ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଏନଓସି ଜାରି କରି ନାହିଁ। ଭିସା ପାଇଁ ଏହି ଏନଓସିର ଆବଶ୍ୟକତା ରହିଛି। ଏହି ବିଳମ୍ବତା ପାଇଁ ହଜାର ହଜାର ଭାରତୀୟ ଶିକ୍ଷାର୍ଥୀଙ୍କ ଭବିଷ୍ୟତ ଖରାପ ହେଉଛି। ଏହି ସବୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପତ୍ରର ଉତ୍ତର ଦେଉ ନାହାନ୍ତି।ଏହାକୁ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ କୁହାଯାଉଛି କି, ପ୍ରାନ୍ତୀୟ ସରକାର ଏନଓସି ଜାରି କରିବା ଉପରେ ପ୍ରତିବନ୍ଧକ ଲଗାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button