ଦେଶ ବିଦେଶ

ଶିକ୍ଷା ଲାଭକାରୀ ବ୍ୟବସାୟ ନୁହେଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶିକ୍ଷା ଲାଭ କମାଇବାର ବ୍ୟବସାୟ ନୁହେଁ ଓ ଟ୍ୟୁସନ ଫିସ ସର୍ବଦା କମ ହେବାର ଆବଶ୍ୟକତା ରହିଛି ବୋଲି ସୁପ୍ରିମକୋର୍ଟ କହିବା ସହ ଆନ୍ଧ୍ର ହାଇକୋର୍ଟଙ୍କ ଆଦେଶକୁ ବଳବତ୍ତର ରହିଛନ୍ତି। ରାଜ୍ୟ ସରକାର ମେଡିକାଲ କଲେଜଗୁଡିକରେ ଟ୍ୟୁସନ ଫିସକୁ ୨୪ ଲକ୍ଷ ଟଙ୍କା ଲେଖା  ପ୍ରତିବର୍ଷ ବଢାଇଚାଲିଥିଲା। କିନ୍ତୁ ସୁପ୍ରିମକୋର୍ଟ ଏହା ଉପରେ ରୋକ ଲଗାଇ ଦେଇଛନ୍ତି।

ଜଷ୍ଟିସ ଏମ ଆର ଶାହ ଓ ଜଷ୍ଟିସ ସୁଧାଂଶୁ ଧୁଲିୟାଙ୍କ ପୀଠ ଯାଚିକାକର୍ତ୍ତା ନାରାୟଣ ମେଡିକାଲ କଲେଜ ଓ ଆନ୍ଧ୍ର ପ୍ରଦେଶ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି।  ଏହାକୁ ୬ ସପ୍ତାହର ଅବଧି ଭିତରେ କୋର୍ଟ ରେଜେଷ୍ଟ୍ରିରେ ଜମା କରିବାକୁ ଆଦେଶ ଦେଇଛନ୍ତି।  ଖଣ୍ଡପୀଠ କହିଛନ୍ତି କି, ଫିସକୁ ପ୍ରତିବର୍ଷ ୨୪ ଲକ୍ଷ ବଢାଇ ପୂର୍ବ ନିର୍ଣ୍ଣୟର ୭ ଗୁଣା କରିବା ଅନୁଚିତ। ଶିକ୍ଷା କୌଣସି ଲାଭ କରିବାର ବ୍ୟବସାୟ ନୁହେଁ। ଟ୍ୟୁସନ ଫି ସର୍ବଦା ଶସ୍ତା ହେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଆଦେଶ ବିରୋଧରେ କଲେଜ ଦ୍ବାରା ଦାୟର ଏକ ଯାଚିକାକୁ ଖାରଜ କରିଦେଇଛନ୍ତି। ଯେଉଁଥିରେ ଏମବିବିଏସ ଛାତ୍ରଙ୍କ ଟ୍ୟୁସନ ଫିସ ବଢାଇବାକୁ ସରକାରର ନିଷ୍ପତ୍ତିକୁ ଖାରଜ କରାଯାଇଥିଲା। ଉଚ୍ଚ ନ୍ୟାୟାଳୟ ଅନ୍ଧ୍ର ପ୍ରବେଶ ଓ ଶୁଳ୍କ ନିୟାମକ ସମିତି ନିୟମ, ୨୦୦୬ ବ୍ୟବସ୍ଥା ଉପରେ ବିଚାର କରି ସମିତିର ସୁପାରିଶ ବିନା ଶୁଳ୍କ ବଢାଯାଇ ପାରିବ ନାହିଁ ବୋଲି କହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button