ଦେଶ ବିଦେଶ

ମଞ୍ଚରେ ଅଙ୍କିତ ତିୱାରୀ ଥିବା ବେଳେ ପରସ୍ପରର ଚୁଟି ଟାଣି ଝଗଡ଼ା କଲେ ୨ଯୁବତୀ – Utkal Mail


ମୁମ୍ବାଇ: ହିନ୍ଦୀ ସିନେମା ଜଗତର ଲୋକପ୍ରିୟ ଗାୟକ ଅଙ୍କିତ ତିୱାରୀଙ୍କ କନସର୍ଟରେ ଝଗଡ଼ା କଲେ ୨ଯୁବତୀ। ପରସ୍ପରକୁ ମାଡ଼ ମାରିବା ସହ ଟାଣିଲେ ଚୁଟି। ଏବେ କନସର୍ଟର ଏକ ଜବରଦସ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଅଙ୍କିତ ତିୱାରୀଙ୍କ କନସର୍ଟରେ ଦୁଇ ଯୁବତୀଙ୍କ ମଧ୍ୟରେ ଝଗଡ଼ା ହେଉଛି ଏବଂ ପରେ ଝଗଡ଼ା ମାରପିଟରେ ପରିଣତ ହେଉଛି। ଘଟଣାଟି ବିହାରର କଟିହାରରେ ଘଟିଥିବା ଜଣାପଡ଼ିିଛି।

ମିଳିଥିବା ସୂଚନା ମୁତାବକ, ଅଙ୍କିତ ତିୱାରୀ ଗୀତ ଗାଇବା ପାଇଁ ବିହାରର କଟିହାରରେ ପହଞ୍ଚିଥିଲେ। ମଞ୍ଚରେ ଅଙ୍କିତ ଏକ ଗୀତ ଗାଉଥିବା ବେଳେ ତାଙ୍କର କିଛି ପ୍ରଶଂସକ କୌଣସି ପ୍ରସଙ୍ଗକୁ ନେଇ ଝଗଡ଼ା କରିବା ଆରମ୍ଭ କରିଥିଲେ। ତା’ପରେ ଦୁଇ ଯୁବତୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ଏବଂ ପରେ ତାହା ମାରପିଟରେ ପହଞ୍ଚିଥିଲା। ଏହି ପୁରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ତେବେ ଝଗଡ଼ା କେଉଁ କାରଣରୁ ହୋଇଥିଲା, ତାହା ଜଣାପଡ଼ିନାହିଁ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button