ମନୋରଞ୍ଜନ

ଦେଖନ୍ତୁ ଭିଡିଓ: ‘ଦିଲ୍ଲୀର ଝିଅ’ ସୋସିଆଲ ମିଡିଆରେ ଲଗାଇଲେ ନିଆଁ, ଜବରଦସ୍ତ ଡ୍ୟାନ୍ସ ହେଲା ଭାଇରଲ

କ୍ୟାଟରୀନା କୈଫଙ୍କ ‘ଚିକନୀ ଚମେଲି’ ଗୀତ ବଲିଉଡର ବେଷ୍ଟ ଡ୍ୟାନ୍ସ ନମ୍ବରରେ ପରିଗଣିତ ଅଟେ।ଆଜି ମଧ୍ୟ ଏହି ଗୀତ କୈାଣସି ପାର୍ଟି ଅବସରରେ ବାଜିବାରେ ଲାଗିଛି।କ୍ୟାଟରୀନା କୈଫ ଏହି ଗୀତରେ ଜବରଦସ୍ତ ଜଲଓ୍ବା ଦେଖାଇଥିଲେ। ବର୍ତମାନ ଏହି ଗୀତରେ ଦିଲ୍ଲୀର ଜଣେ ଝିଅ ନିଜର ଜଲଓ୍ବା ଦେଖାଇବାରେ ଲାଗିଛନ୍ତି।

ଦିଲ୍ଲୀର ଏହି ଝିଅ ଜଣଙ୍କର ନୃତ୍ୟ ସୋସିଆଲ ମିଡିଆରେ ନିଆଁ ଲଗାଇବାରେ ଲାଗିଛି।ଏହି ଝିଅ ଜଣଙ୍କର ନୃତ୍ୟକୁ ଦେଖି ଆପଣ ମଧ୍ୟ ତାଙ୍କର ଦିଓ୍ବାନା ହୋଇଯିବେ।ଝିଅ ଜଣଙ୍କ ଗୀତରେ ଯେମିତି ଲଟକା-ଝଟକା ମାରିଛନ୍ତି,ତାକୁ ଦେଖି ଦାବି ହେଉଛି କି ଏମିତି ଡ୍ୟାନ୍ସ ଆପଣମାନେ ଆଜି ପର୍ଯ୍ୟନ୍ତ ଦେଖିନଥିବେ।ଭାଇରାଲ ହେଉଥିବା ଭିଡିଓରେ ଯେଉଁ ଝିଅ ଜଣଙ୍କ ଡ୍ୟାନ୍ସ କରୁଛନ୍ତି, ତାଙ୍କ ନାମ ମନୀଷା ସତୀ ଅଟେ।

ମନୀଷା ସତୀ ନିଜ ଡ୍ୟାନ୍ସର ଏହି ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।ସେ ଜଣେ ଫଟୋଗ୍ରାଫର ଅଟନ୍ତି।ମନୀଷା ଫୁଲ ପ୍ରିଣ୍ଟ ବାଲା ବ୍ଲାଉଜ ତଥା ଧୋତି ପ୍ୟାଣ୍ଟ ପିନ୍ଧି କ୍ୟାଟରୀନା କୈଫଙ୍କ ଏହି ପ୍ରସିଦ୍ଧ ଗୀତରେ ନିଜର ଜଲଓ୍ବା ଦେଖାଇଛନ୍ତି।ଏହି ଗୀତରେ ସେ ଏତେ ଜୋଶର ସହିତ ନୃତ୍ୟ କରୁଥିବାର ଦେଖା ଯାଇଛନ୍ତି କି ଆପଣ ମଧ୍ୟ ଗୋଟିଏ ଥର ନାଚିବା ପାଇଁ ବାଧ୍ୟ ହୋଇଯିବେ। ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି ଝିଅ ଜଣଙ୍କ ପଛରେ ହିଁ ଟିଭିରେ ଗୀତ ଚାଲୁଛି।ଡ଼ିଓରେ ଆପଣ ଦେଖି ପାରୁଥିବେ କି ଝିଅ ଜଣଙ୍କ ଟିଭିରେ ଚାଲୁଥିବା ଡ୍ୟାନ୍ସ ଷ୍ଟେପ୍ସକୁ ପୂରା କପି କରୁଛନ୍ତି।ଝିଅ ଜଣଙ୍କ ଏକ୍ସପ୍ରେସନ ମଧ୍ୟ କ୍ୟାଟରୀନା କୈଫଙ୍କ ପରି ଲାଗୁଛି।ତାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖି ସମସ୍ତେ ତାଙ୍କ ଫ୍ୟାନ ହୋଇ ଯାଇଛନ୍ତି। ଭିଡ଼ିଓକୁ ଏପର୍ଯ୍ୟନ୍ତ ୫ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି।ଝିଅ ଜଣଙ୍କର ଡ୍ୟାନ୍ସକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ଏବଂ ତାଙ୍କ ଷ୍ଟେପ୍ସର ପ୍ରଶଂସା କରୁଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button