ଦେଶ ବିଦେଶ

ତେଲିଆ ତ୍ବଚାରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ଋତୁ ପରିବର୍ତ୍ତନ ହେବା ସହ ତ୍ବଚାରେ ଅନେକ ପ୍ରକାର ସମସ୍ଯା ଦେଖାଯାଇଥାଏ। ବିଶେଷ ରୂପେ ତେଲିଆ ତ୍ବଚା ଥିବା ମହିଳାମାନେ ନିଜ ତ୍ବଚାର ସୁରକ୍ଷା ପାଇଁ ଧ୍ଯାନ ଦେବା ନିହାତି ଜରୁରୀ। କାରଣ ତ୍ବଚା ତେଲିଆ ଥିଲେ, ବାହାରର ଧୂଳି ସ୍କିନ୍ ରେ ଜମି ଯାଇଥାଏ। ଯାହାଫଳରେ ବ୍ରଣ, ଦାଗ ଭଳି ଅନେକ ସମସ୍ଯା ଦେଖାଯାଇଥାଏ। ଏଥିସହ ତ୍ବଚା ତେଲିଆ ଥିଲେ ଅଧିକ ସମୟ ପର୍ଯ୍ଯନ୍ତ ମେକଅପ୍ ମଧ୍ଯ ମୁହଁରେ ରହିନଥାଏ ଏବଂ ତ୍ବଚାକୁ ସଠିକ୍ ମାତ୍ରାରେ ପୋଷଣ ମିଳି ପାରିନଥାଏ। ଏହିକାରଣରୁ ଘରେ ଏଭଳି କିଛି ଜିନିଷ ରହିଛି ଯାହାକୁ ବ୍ଯବହାର କରି ଆପଣ ଏହି ସମସ୍ଯାରୁ ରକ୍ଷା ପାଇପାରିବେ। ତେବେ ଆସନ୍ତୁ ଜାଣିବା କ’ଣ ରହିଛି ସେହ ଉପାୟ।

skin1-ଗରମ ଦିନେ କାକୁଡି ଖାଇବା ଖୁବ୍ ଭଲ। ଏଥିସହ ଏହାର ରସ ମୁହଁରେ ଲଗାଇବା ଦ୍ବାରା ମଧ୍ଯ ତ୍ବଚାର ତେଲିଆପଣ ଦୂର ହୋଇଥାଏ। ଏହାବ୍ଯତୀତ ତ୍ବଚାକୁ ପୋଷଣ ମିଳିଥାଏ। ଏଥିରେ ଥିବା ଭିଟାମିନ ଏ, ଇ, ସି, ଆଇରନ, ପ୍ରୋଟିନ, ପୋଟାସିୟମ ଆଦି ଗୁଣ ତ୍ବଚାକୁ ପୋଷଣ ଯୋଗାଇଥାଏ। ଏହାଦ୍ବାରା ତ୍ବଚାର ତେଲିଆପଣ ନିୟନ୍ତ୍ରଣରେ ହୋଇଥାଏ।

skin2-ଗୋଲାପ ଏବଂ ଆଲୋଭେରାରେ ଭିଟାମିନ୍, ମିନେରାଲ୍ସ, ଆଣ୍ଯି-ଅକ୍ସିଡେଣ୍ଟ, ଆଣ୍ଟି-ବ୍ଯାକ୍ଟେରିଆଲ ଗୁଣ ରହିଥାଏ। ଏହା ତ୍ବଚାକୁ କୋମଳ ଏବଂ ସୁସ୍ଥ ରଖିବାରେ ସାହାଯ୍ଯ କରିଥାଏ। ଏଥିପାଇଁ ଆପଣ ଏହି ଦୁଇ ଜିପିଷକୁ ଭଲଭାବେ ମିକ୍ସ କରି ତ୍ବଚାରେ ଲଗାନ୍ତୁ। ପ୍ରତ୍ଯେକ ଦିନ ଏହି ଲୋସନ ଲଗାଇବା ଦ୍ବାରା ସ୍ମିନ୍ କୁ ମଶ୍ଚରାଇଜ୍ ମିଳିଥାଏ। ଏହାଦ୍ବାରା ତ୍ବଚାରୁ ଦାଗ, ବ୍ରଣ, କୁଞ୍ଚନ ପ୍ରକ୍ରିୟା ଦୂର ହେବା ସହ ସୌନ୍ଦର୍ଯ୍ଯ ଦେଖାଯାଇଥାଏ।

-ଗୋଲାପ ଜଳରେ କିଛି ବୁନ୍ଦା ଗ୍ଲିସେରିନ୍ ପକାଇ ତ୍ବଚା ଲଗାଇବା ଦ୍ବାରା ତ୍ବଚାର ଶୁଷ୍କତା ଦୂର ହୋଇଥାଏ। ଏହି ଦୁଇଟି ଜିନିଷ ବେଷ୍ଟ ମଶ୍ଚରାଇଜର ଭାବେ କାମ କରିଥାଏ। ଆପଣ ଚାହିଁଲେ ଏଥିରେ କିଛି ବୁନ୍ଦା ଲେମ୍ବୁ ରସ ମଧ୍ଯ ସାମିଲ କରିପାରିବେ।

skin3-ତ୍ବଚା ପାଇଁ କଞ୍ଚା କ୍ଷୀର ଲାଭକାରୀ ହୋଇଥାଏ। ଏହା ଏକ ଭଲ କ୍ଲିଜର ସହ ମଶ୍ଚରାଇଜର ରୂପେ କାମ କରିଥାଏ। ଏଥିରେ ଭିଟାମିନ ବି, କ୍ଯାଲସିୟମ, ଆଇରନ, ଲାଟିକ୍ ଏସିଡ୍ ରହିଥାଏ। ଏହାକୁ ତ୍ବଚାରେ ଲଗାଇବା ଦ୍ବାରା ଅତ୍ଯଧିକ ତେଲିଆପଣ ନଷ୍ଟ ହେବା ସହ ତ୍ବଚା ଗ୍ଲୋଇଂ ଦେଖାଯାଏ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button