ଦେଶ ବିଦେଶ

ଜେଏନୟୁରେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ନୂଆଦିଲ୍ଲୀ: ଦେଶର ଅ୍ରଗଣୀ ବିଶ୍ବବିଦ୍ୟାଳୟ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟରେ କିଛି ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ। ସଂଘର୍ଷରେ ଦୁଇ ଛାତ୍ର ଆହତ ହୋଇଛନ୍ତି। କୌଣସି ବ୍ୟକ୍ତିଗତ ବିବାଦକୁ ନେଇ ଦୁଇ ଗୋଷ୍ଠୀ ଗୁରୁବାର ଦିନ ମୁହାଁମୁହିଁ ହୋଇଥିଲେ।

ଗୁରୁବାର ପୂର୍ବାହ୍ନରେ ଏକ ବ୍ୟକ୍ତିଗତ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥିରେ ବିଶ୍ବବିଦ୍ୟାଳୟର କିଛି ଛାତ୍ର ଆହତ ହୋଇଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଏହି ବିବାଦକୁ ନେଇ ଖବର ପ୍ରସାରଣ ହେଉଥିବା ବେଳେ ପୁଲିସ କିନ୍ତୁ ଏହାକୁ ମାନିବାକୁ ଅରାଜି। ପୁଲିସ କହୁଛି ଏହା ପିଲାଙ୍କ ବ୍ୟକ୍ତିଗତ ବ୍ୟାପାର। ଦିଲ୍ଲୀ ପୁଲିସ ପକ୍ଷରୁ ଏକ ବୟାନ ଜାରି କରିଛି। ବ୍ୟକ୍ତିଗତ ବିବାଦକୁ ନେଇ ଦୁଇ ଗୋଷ୍ଠୀ ଭିତରେ ଝଗଡା ହୋଇଥିବା ବେଳେ ଦୁଇ ଛାତ୍ର ଆହତ ହୋଇଥିବା କୁହାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button