ଦେଶ ବିଦେଶ

ନୂଆ ନମ୍ବର ପ୍ଳେଟ ମାମଲାରେ ଜବାବ ମାଗିଲେ High Court, ଆଉ କହିଲେ କିଛି ଏମିତି…

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ଲଟ ବୁକିଙ୍ଗ ନିମନ୍ତେ ସମୟସୀମା ଅଧିକ ବୃଦ୍ଧି କରି ହେବ କି ନା କୋର୍ଟ ବର୍ତ୍ତମାନ ପ୍ରଶ୍ନ କରିଛନ୍ତି । ହାଇସିକ୍ୟୁରିଟି ନମ୍ବର ପ୍ଳେଟ ମାମଲାରେ ଦୁଇଜଣ ବସ ମାଲିକ ହାଇକୋର୍ଟ ରେ ଆବେଦନ କରିଥିଲେ ବର୍ତ୍ତମାନ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ କୁ ନେଇ ସାଧାରଣ ଲୋକେ ସମସ୍ୟାରେ ପଡି ରହିଛନ୍ତି । ଡିସେମ୍ବର ପର୍ଯ୍ୟନ୍ତ ଦୁଇ ଚକିଆ ଗାଡିର ସଲ୍ଟ ବୁକିଙ୍ଗ ସେସ ହୋଇସାରିଛି ବର୍ତ୍ତମାନ ସୁଦ୍ଧା ମାତ୍ର ୭ ଲକ୍ଷ ଗାଡିରେ ନମ୍ବର ପ୍ଳେଟ ଲାଗି ପାରିଛି,

ପାଖାପାଖି ମୋଟ ୮୦ ଲକ୍ଷରୁ ଅଧିକ ଗାଡି କେବେ ସୁଦ୍ଧା ବାକି ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲାଗି ପାରିବ ତାହାକୁ ନେଇ ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧାରଣ ଲୋକେ ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରୁଛନ୍ତି ଯେ ଆଇନ ଆସୁଛି ଏବଂ ଆଇନ ନିମନ୍ତେ ଏକ ଭୀତିଭୂମି ରହିଅଛି କି ?

ନୂଆ ନମ୍ବର ପ୍ଳେଟ କୁ ନେଇ ଯେଉଁ ଦ୍ଵନ୍ଦ ରହିଅଛି ତାହା ସମ୍ବନ୍ଧରେ ମାନ୍ୟବର ହାଇକୋର୍ଟ ଏହା କହିଛନ୍ତି ଯେ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଆଉ ସ୍ଲଟ ବୁକିଙ୍ଗ କରିବାର କୌଣସି ପ୍ରକାରର ସୁବିଧା ନାହିଁ । ରାଜ୍ୟରେ ଯଦି ସଂଖ୍ୟା କଥା କୁହାଯାଏ, ତେବେ ୮୦ ଲକ୍ଷରୁ ଅଧିକ ଗାଡି ରହିଅଛି ଏବଂ ସବୁ ଗାଡି କୁ ସରକାର ହାଇ ସିକ୍ୟୁରିଟି ନମ୍ବର ପରିସର ଭୁକ୍ତ କରିବା ପାଇଁ ଚାହୁଁଛନ୍ତି ଅଥବା ଆଇନ ଆଣିଛନ୍ତି ।

ସେପ୍ଟେମ୍ବର ୨୫ ସୁଦ୍ଧା ବୁକିଙ୍ଗ ହୋଇଛି ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ ଗାଡିର ସ୍ଲଟ । ୮୦ ଲକ୍ଷ ଗାଡି କଥା କୁହାଯାଉଥିବା ବେଳେ ମାତ୍ର ୧୬ ଲକ୍ଷ ଗାଡି ବର୍ତ୍ତମାନ ସୁଦ୍ଧା ସ୍ଲଟ ବୁକିଙ୍ଗ ହୋଇଛି । ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ ଟି ଗାଡିରେ ଲାଗିଛି ହାଇ ସିକ୍ୟୁରିଟି ନମ୍ବର । ସମସ୍ତ ଗାଡି ପାଇଁ ଚୁଡାନ୍ତ ସମୟସୀମା ଡିସେମ୍ବର ୩୧ ତାରିଖ ରହିଛି ।

ଏହି କଥା ପୂର୍ବରୁ ପରିବହନ ବିଭାଗ ତରଫରୁ ଗାଇଡଲାଇନ ଆସିଥିଲା । ବର୍ତ୍ତମାନ ସ୍ଲଟ ବୁକିଙ୍ଗ ଗୁରୁତ୍ଵର ସମସ୍ୟା ହୋଇଛି ଏବଂ ସାଧାରଣ ଲୋକଟିଏ ବହୁତ ହଇରାଣ ହେଉଛି । ଯଦି ସେମାନେ କରିନଥିବେ ତଥା କାଗଜ ପତ୍ର ନଥିବ ତେବେ ତାଙ୍କୁ ଫାଇନ ମଧ୍ୟ ଭୋଗିବାକୁ ପଡିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button