ଦ୍ବିତୀୟ ଥର ଗର୍ଭବତୀ ଥିବା ଚର୍ଚ୍ଚା ମଧ୍ୟରେ ପ୍ରଶଂସକଙ୍କୁ ଏଭଳି ଅନୁରୋଧ କଲେ ବିରାଟ-ଅନୁଷ୍କା – Utkal Mail
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଦ୍ବିତୀୟ ଥର ଗର୍ଭବତୀ ଥିବା ଖବରକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅନୁଷ୍କାଙ୍କ ଗର୍ଭବତୀ ଥିବା ଖବର ଭାଇରାଲ ହେବାରେ ଲାଗିଥିଲେ ବି ଅଭିନେତ୍ରୀ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଅନୁଷ୍କା ଓ ବିରାଟ କରିଥିବା ଅନୁରୋଧକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। କିଛି ଦିନ ମଧ୍ୟରେ ବିଶ୍ୱକପ ଆରମ୍ଭ ହେବାକୁ ଥିବା ବେଳେ ବିରାଟ କୋହଲି ଇନଷ୍ଟା ଷ୍ଟୋରୀରେ ନିଜ ପ୍ରଶଂସକଙ୍କୁ ଏକ ଅନୁରୋଧ କରିଥିଲେ।
ସେ ଲେଖିଥିଲେ, ଯେହେତୁ ଆମେ ବିଶ୍ୱକପ୍ର ନିକଟତର ହେଉଛୁ, ମୁଁ ମୋର ସମସ୍ତ ବନ୍ଧୁମାନଙ୍କୁ ନମ୍ର ଭାବରେ କହିବାକୁ ଚାହେଁ ଯେ ସମଗ୍ର ଟୁର୍ଣ୍ଣାମେଣ୍ଟ ମଧ୍ୟରେ ମୋତେ ଟିକେଟ ମାଗିବେ ନାହିଁ। ଦୟାକରି ଆପଣ ଘରୁ ଉପଭୋଗ କରନ୍ତୁ। ଏହାର ଜବାବରେ ଅନୁଷ୍କା ଲେଖିଥିଲେ, ମୁଁ ଏଥିରେ ଆଉ ଏକ ଜିନିଷ ଯୋଡିବାକୁ ଚାହିଁବି। ଯଦି ଆପଣଙ୍କ ମେସେଜର କୌଣସି ପ୍ରତିକ୍ରିୟା ମିଳିବ ନାହିଁ, ଦୟାକରି ମୋତେ ସାହାଯ୍ୟ ପାଇଁ ଅନୁରୋଧ କରିବେ ନାହିଁ। ବୁଝିବା ପାଇଁ ଧନ୍ୟବାଦ।



