ମନୋରଞ୍ଜନ

ଏହି ମାମଲାରେ ପଚରାଉଚରା ପାଇଁ ରଣବୀର କପୁରଙ୍କୁ ସମନ ପଠାଇଲା ଇଡି – Utkal Mail


ମୁମ୍ବାଇ: ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କ ଉପରେ କଟକଣା ଲଗାଇବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଏବେ ଏହି ମାମଲାରେ ବଲିଉଡର ଚକୋଲେଟ୍ ବଏ ରଣବୀର କପୁରଙ୍କୁ ସମନ ଜାରି କରି ପଚରାଉଚରା ପାଇଁ ଡକାଇଛି ଇଡି।

ଇଡି ଅନୁଯାୟୀ, ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିବାର ଦେଖିବାକୁ ମିଳିଥିଲା। ଏଥିରେ ରଣବୀର କପୁର ମଧ୍ୟ ସାମିଲ ଥିଲେ। ତେଣୁ ଏହି ମାମଲା ବିଷୟରେ ଅଧିକ ସୂଚନା ପାଇବାକୁ ଇଡି ତାଙ୍କୁ ସମନ ଜାରି କରିଛି।

ଉଲ୍ଲେଖଯୋଗ୍ୟ, ୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ  ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ସମୟରେ ‘ମହାଦେବ ଅନଲାଇନ୍ ବେଟିଂ ଆପ’ର ପ୍ରମୋଟରଙ୍କର ପାକିସ୍ତାନ ସଂଯୋଗ ମଧ୍ୟ ସାମ୍ନାକୁ ଆସିଛି। ଅର୍ଥ ହେରଫେର ଘଟଣାର ଅନୁସନ୍ଧାନ କରୁଥିବା ଇଡି ସୂତ୍ର ଅନୁଯାୟୀ, ପଳାତକ ଅଭିଯୁକ୍ତ ସୌରଭ ଚନ୍ଦ୍ରକର ଏବଂ ତାଙ୍କ ସହଯୋଗୀ ରବି ଅପ୍ପାଲ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ବ୍ୟବସାୟ ଆରମ୍ଭ କରିଛନ୍ତି। ସେମାନେ ଏହାର ନାମ ଉର୍ଦ୍ଦୁରେ ରଖିଛନ୍ତି। ବିଶେଷ କଥା ହେଉଛି ଏଥିପାଇଁ ତାଙ୍କୁ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଡ୍ ଇବ୍ରାହିମର ସୁରକ୍ଷା ମିଳିଛି।




Related Articles

Leave a Reply

Your email address will not be published. Required fields are marked *

Back to top button