ଦେଶ ବିଦେଶ

ଉଜ୍ଜୟିନୀ ନାବାଳିକା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଘର ମାଟିରେ ମିଶିଲା – Utkal Mail


ଉଜ୍ଜୟିନୀ: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଜନୈକା ୧୨ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଥିବା ଅଟୋ ଚାଳକ ଭରତ ସୋନିର ଘରକୁ ବୁଧବାର ବୁଲଡୋଜର ସାହାଯ୍ୟରେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ଅଭିଯୁକ୍ତ ସୋନର ଘର ବେଆଇନ ଭାବେ ଉଜ୍ଜୟିନୀର ନାନକେଡା ଅଞ୍ଚଳର ସରକାରୀ ଜମିରେ ନିର୍ମିତ ହୋଇଥିଲା, ଯେଉଁଥିରେ ସେ ତାଙ୍କ ପିତାମାତା, ଭାଇ ଓ ଭାଉଜଙ୍କ ସହ ରହୁଥିଲା। ବୁଧବାର କର୍ତ୍ତୃପକ୍ଷ ଏହି ଘରକୁ ଖାଲି କରି ଦେଇଥିଲେ ଏବଂ ବୁଲଡୋଜର ଏହାକୁ ଭାଙ୍ଗି ଦେଇଥିଲେ।

ଉଜ୍ଜୟିନୀର ରାସ୍ତାରେ ଦୁଷ୍କର୍ମ ପୀଡ଼ିତା ନାବାଳିକାଟି ଅର୍ଦ୍ଧନଗ୍ନ ଓ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ୮ କିଲୋମିଟର ପର୍ଯ୍ୟନ୍ତ ବୁଲୁଥିବାର ଦୃଶ୍ୟ ସିସିଟିଭି ଫୁଟେଜ୍‌ରୁ ସାମ୍ନାକୁ ଆସିବା ପରେ ଭରତ ସୋନିକୁ ଗିରଫ କରାଯାଇଥିଲା। ଡାକ୍ତରୀ ମାଇନାରୁ ଜଣାପଡ଼ିଥିଲା ଯେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଛି।

ଉଜ୍ଜୟିନୀରେ ନାବାଳିକା ଜଣକ ଉକ୍ତ ଅଟୋରେ ଚଢ଼ିଥିବା ଜାଣିବା ପରେ ପୁଲିସ ସଂପୃକ୍ତ ଅଟୋ ଚାଳକ ସୋନିକୁ ଗିରଫ କରିଥିଲା। ଅଟୋରେ ରକ୍ତ ଦାଗ ମଧ୍ୟ ଦେଖିବାକୁ ମିଳିଥିଲା।

ଅଭିଯୁକ୍ତ ଭରତ ସୋନିଙ୍କ ପିତା ମଧ୍ୟ ଏହି ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆହ୍ଵାନ ଦେବା ସହ ଅଭିଯୁକ୍ତକୁୁ ଫାଶୀ କିମ୍ବା ଗୁଳି କରିବା ଉଚିତ ବୋଲି କହିଥିଲେ। ଗିରଫ ଅଭିଯୁକ୍ତ ଅଟୋ ଚାଳକ ସୋନି ପୁଲିସ ହାତରୁ ଖସି ଯିବାକୁ ଚେଷ୍ଟା କରି ବିଫଳ ହୋଇ ଆହତ ହୋଇଥିଲା। ତଦନ୍ତ ପାଇଁ ପୁଲିସ୍‌ ତାକୁ ଘଟଣାସ୍ଥଳକୁ ନେଇଥିବା ବେଳେ ସେ ପୁଲିସ ଅଧିକାରୀଙ୍କୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରିଥିଲା ବୋଲି ପୁଲିସ କହିଛି। ଏହି ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button