ଜୀବନଶୈଳୀ

୫୦ ବର୍ଷରୁ ଅଧିକ ଲୋକଙ୍କୁ କେତେ ସମୟର ନିଦ ଆବଶ୍ୟକ, ନହେଲେ କଣ ଘଟୁଛି ଜାଣନ୍ତୁ.

ଯଦି ଆପଣଙ୍କ ବୟସ ୫୦ ବର୍ଷରୁ ଅଧିକ, ତେବେ ପ୍ରତି ରାତିରେ ୫ ଘଣ୍ଟା କିମ୍ବା ତା’ଠୁ କମ୍‌ ସମୟର ନିଦ ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ । ବିଶେଷଜ୍ଞଙ୍କ ଅନୁସାରେ, ଏହା ଦ୍ୱାରା ଆପଣ ଅତିକମ୍‌ରେ ଦୁଇଟି ଗମ୍ଭୀର ରୋଗର ଶିକାର ହୋଇପାରନ୍ତି । ଏକ ଗବେଷଣାରେ ବ୍ରିଟେନର ୮ ହଜାର ସରକାରୀ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା । ଏଥିରେ ସେମାନଙ୍କୁ ସାମିଲ କରାଯାଇଥିଲା ଯେଉଁମାନେ ୫୦ ବର୍ଷ ବୟସ ପର୍ଯ୍ୟନ୍ତ କୌଣସି ଦୀର୍ଘ କାଳୀନ ରୋଗରେ ପୀଡିତ ନ ଥିଲା ।

ବୈଜ୍ଞାନିକମାନେ ସେମାନଙ୍କୁ ପ୍ରତି ୪ରୁ ୫ ବର୍ଷରେ ଥରେ ଆଗାମୀ ୨୫ ବର୍ଷ ପାଇଁ ନିଦ ଓ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବାକୁ କହିଲେ । ଯେଉଁମାନଙ୍କ ନିଦକୁ ୫୦ ବର୍ଷ ବୟସରେ ଟ୍ରାକ୍‌ କରାଗଲା, ସେମାନଙ୍କୁ ୫ ଘଣ୍ଟା ବା ତା’ଠୁ କମ୍‌ ଶୋଇବା ଯୋଗୁ ଦୀର୍ଘ ଅବଧିର ରୋଗର ଆଶଙ୍କା ୩୦ ପ୍ରତିଶତ ଥିଲା। ରାତିରେ ୭ ଘଣ୍ଟା ଶୋଉଥିବା ଲୋକଙ୍କ ସହ ସେମାନଙ୍କୁ ତୁଳନା କରାଯାଇଥିଲା ।
୬୦ ବର୍ଷ ବୟସରେ ଏହି ଆଶଙ୍କା ୩୨ ପ୍ରତିଶତ ଏବଂ ୭୦ ବର୍ଷ ବୟସରେ ୪୦ ପ୍ରତିଶତ ପର୍ୟ୍ୟନ୍ତ ବଢ଼ିଗଲା । ପଯ୍ୟାପ୍ତ ନ ଶୋଇବା ଯୋଗୁ ମୃତ୍ୟୁ ଆଶଙ୍କା ମଧ୍ୟ ୨୫ ପ୍ରତିଶତ ଜଣାପଡ଼ିଲା । ଅଧ୍ୟୟନ ଅନୁସାରେ, ରାତିରେ ୫ ଘଣ୍ଟାରୁ କମ୍‌ ଶୋଉଥିବା ଲୋକଙ୍କୁ ମଧୁମେହ, ଅନେକ ପ୍ରକାର କର୍କଟ, ହୃଦ୍‌ରୋଗ, ହାର୍ଟ ଷ୍ଟ୍ରୋକ୍‌, ହାର୍ଟ ଅଚଳ ସମ୍ପର୍କିତ ରୋଗ, କିଡ୍‌ନୀ ରୋଗ, ଯକୃତ ରୋଗ, ଅବସାଦ, ସ୍ମୃତିଭ୍ରମ, ପାର୍କିନ୍‌ସନ୍ସ, ଆର୍ଥରାଇଟିସ୍‌ ଓ ଅନେକ ମାନସିକ ବିକାର ଆଶଙ୍କା ଥାଏ । ଗବେଷଣାର କହିବା ଅନୁସାରେ ଏକସଙ୍ଗେ ଅନେକ ରୋଗ ହେବାର ଟ୍ରେଣ୍ଡ ଦେଶରେ ବଢୁଥିବା ଦେଖାଯାଉଛି ।

ଏଠାରେ ଅଧାରୁ ଅଧିକ ବୃଦ୍ଧ ଅତିକମ୍‌ରେ ଦୁଇଟି ଦୀର୍ଘ କାଳୀନ ରୋଗରେ ପୀଡ଼ିତ ହେଉଛନ୍ତି । ଏହା ସ୍ୱାସ୍ଥ୍ୟ ସେବା, ହସ୍‌ପିଟାଲ ଓ ସମଗ୍ର ସ୍ୱାସ୍ଥ୍ୟ ସିଷ୍ଟମ୍‌ ପାଇଁ ବଡ଼ ଆହ୍ୱାନ । ଲୋକଙ୍କ ବୟସ ବଢ଼ିବା ସହିତ ସେମାନଙ୍କ ନିଦ ଚକ୍ର ମଧ୍ୟ ବଦଳୁଛି । ଯଦି ଆପଣ ଦୀର୍ଘ କାଳୀନ ଏବଂ ଗମ୍ଭୀର ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ପ୍ରତ୍ୟେକ ରାତିରେ ୭-୮ ଘଣ୍ଟା ଶୋଇବା ଉଚିତ୍‌ । ଏହାଠୁ କମ୍‌ ବା ଅଧିକ ନିଦ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ଭଲ ନିଦ ଲାଗି ଅନ୍ଧକାର ବଖରା, ଶାନ୍ତି ଓ ଉଚିତ୍‌ ତାପମାତ୍ରା ଆବଶ୍ୟକ । ଶୋଇବା ପୂର୍ବରୁ ଅଧିକ ଖାଇବା ଉଚିତ୍‌ ନୁହେଁ । ସମସ୍ତ ଇଲେକ୍ଟ୍ରୋନିକ୍‌ ଉପକରଣଠୁ ଦୂରରେ ରହିବା ଉଚିତ୍‌ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button