ଦେଶ ବିଦେଶ

ହ୍ବାଇଟ୍‌ ହାଉସ୍‌ରୁ ବିଦା ହେଲା ୧୧ଜଣଙ୍କୁ କାମୁଡ଼ିଥିବା ବାଇଡେନ୍‌ଙ୍କ କୁକୁର ‘କମାଣ୍ଡର୍‌’ – Utkal Mail


ୱାସିଂଟନ୍‌: ଅନେକଥର କାମୁଡ଼ାକାମୁଡ଼ି କରିବାରୁ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍‌ଙ୍କର ୨ ବର୍ଷିୟ ଜର୍ମାନ୍‌ ସେଫର୍ଡ କୁକୁର ‘କମାଣ୍ଡର୍‌’କୁ ହ୍ବାଇଟ୍‌ ହାଉସ୍‌ରୁ ବିଦା କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ଓ ବାଇଡେନ୍‌ଙ୍କ ପାରିବାରିକ ବାସଭବନରେ ଥିବା ପ୍ରହରୀମାନଙ୍କୁ ‘କମାଣ୍ଡର୍‌’ ୧୧ ଥର କାମୁଡ଼ିଥିଲା। ‌

ପ୍ରାପ୍ତ ସୂଚନା ଅନୁସାରେ, ରାଷ୍ଟ୍ରପତି ଭବନ ହ୍ବାଇଟ୍‌ ହାଉସ୍‌ ଓ ବାଇଡେନ୍‌ଙ୍କ ପାରିବାରିକ ବାସଭବନରେ ଥିବା ପ୍ରହରୀମାନଙ୍କୁ ‘କମାଣ୍ଡର୍‌’ ୧୧ ଥର କାମୁଡ଼ିଥିଲା। ‌କିନ୍ତୁ, ପ୍ରକୃତ କାମୁଡ଼ା ସଂଖ୍ୟା ହିସାବ କଲେ ଆହୁରି ଅଧିକ ହୋଇପାରେ। ସେଥିମଧ୍ୟରୁ କାମୁଡ଼ାଜନିତ କ୍ଷତ ଗଭୀର ହୋଇଥିଲେ ଡାକ୍ତରଖାନାକୁ ଯାଇ ପୀଡ଼ିତ ଚିକିତ୍ସିତ ‌ହୁଅନ୍ତି। ସାମାନ୍ୟ ହୋଇଥିଲେ ତାହା ଚିକିତ୍ସା ହୁଏ ନାହିଁ କି, ରିପ‌ୋର୍ଟ କରାଯାଏ ନାହିଁ।

ଶେଷଥର ପାଇଁ ସେପ୍ଟେମ୍ବର ୨୫ ତାରିଖରେ ‘କମାଣ୍ଡର୍‌’ ଜଣେ ‘ୟୁଏସ୍‌ ସିକ୍ରେଟ୍‌ ସର୍ଭିସ୍‌’ ଏଜେଣ୍ଟ୍‌ଙ୍କୁ କାମୁଡ଼ି ଥିଲା।

ଘଟଣା ବିଷୟରେ ସୂଚନା ସେୟାର୍‌ କରି ‘ୟୁଏସ୍‌ ସିକ୍ରେଟ୍‌ ସର୍ଭିସ୍‌’ର ‘କମ୍ୟୁନିକେସନ୍‌’ ମୁଖ୍ୟ ଆନ୍ଥୋନି ଗଗ୍‌ଲାଇଲ୍‌ମି କହିଥିଲେ, ରାତି ପ୍ରାୟ ୮ ବେଳେ ‘ସିକ୍ରେଟ୍‌ ସର୍ଭିସ୍‌ ୟୁନିଫର୍ମଡ୍‌ ଡିଭିଜନ୍’ ପୁଲିସ ଅଫିସର୍‌ଙ୍କୁ ‘ଫାଷ୍ଟ୍‌ ଫ୍ୟାମିଲି’ର ପୋଷା କୁକୁର କାମୁଡ଼ି ପକାଇଛି। ଘଟଣାସ୍ଥଳରେ ହିଁ ଡାକ୍ତରୀ କର୍ମଚାରୀମାନେ ତାଙ୍କର ଚିକିତ୍ସା କରିଛନ୍ତି।

ସେହିପରି, ୨୦୨୨ ନଭେମ୍ବର ମାସରେ ‘କମାଣ୍ଡର୍‌’ ଜଣେ ଅଫିସର୍‌ଙ୍କ ବାହୁ ଓ ଜଙ୍ଘକୁ କାମୁଡ଼ି ଥିଲା ବୋଲି ‘ସିଏନ୍‌ଏନ୍‌’ ରିପୋର୍ଟ କରିଥିଲା।

ଏହାପୂର୍ବରୁ ‘ମେଜର୍‌’ ନାମରେ ବାଇଡେନ୍‌ଙ୍କର ଆଉ ଏକ ଜର୍ମାନ୍‌ସେଫର୍ଡ କୁକୁର କାମୁଡ଼ାକାମୁଡ଼ି କରିବାରୁ ହ୍ବାଇଟ୍‌ ହାଉସ୍‌ରୁ ବିଦା ହୋଇଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button