ମନୋରଞ୍ଜନ

ସୋ’ରେ ସମର୍‌ ଚରିତ୍ରର ମୃତ୍ୟୁ ପରେ ନିଜର ନୀରବତା ଭାଙ୍ଗିଲେ ଏହି ଭୂମିକାକୁ ନିଭାଉଥିବା ସାଗର ପାରେଖ – Utkal Mail


ମୁମ୍ବାଇ: ଟିଆର୍‌ପି ଦୌଡ଼ରେ ଆଗରେ ରହୁଥିବା ଷ୍ଟାର୍‌ପ୍ଲସ୍‌ର ଲୋକପ୍ରିୟ ଧାରାବିହିକ ‘ଅନୁପମା’ରେ ଏବେ ଦେଖିବାକୁ ମିଳୁଛି ଜବର୍‌ଦସ୍ତ ଟ୍ବିଷ୍ଟ୍‌। କାରଣ ଧାରାବାହିକରେ ଅନୁପମାଙ୍କ ଲାଡ୍‌ଲା ପୁଅ ସମର୍‌ର ମୃତ୍ୟୁ ଘଟିଛି। ‌ଏହି କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଦର୍ଶକ। ସମର୍‌ ପୁଣି ଥରେ ସୋ’କୁ ଫେରିବେ ବୋଲି ଦର୍ଶକ ଆଶା ବାନ୍ଧିଛନ୍ତି। ହେଲେ ବାସ୍ତବ କଥାକୁ ହେଉଛି ଆଉ ସେ ଫେରିବେ ନାହିଁ।

ଏହି କଥାକୁ ନିଶ୍ଚିତ କରିଛନ୍ତି ସୋ’ରେ ସମର୍‌ ଭୂମିକା ନିଭାଉଥିବା ନିଜେ ସାଗର ପାରେଖ। ସେ ନିଜର ନୀରବତା ଭଙ୍ଗ କରି ଦର୍ଶକଙ୍କ ମନରେ ଥିବା ଦ୍ବନ୍ଦ୍ବକୁ ଦୂର କରିଛନ୍ତି। ସେ କହିଛନ୍ତି, ‘‘ଏହି ପରିବର୍ତ୍ତନକୁ ମୁଁ ଏକ ସକାରାତ୍ମକ ଭାବେ ଗ୍ରହଣ କରୁଛି। ମୋ ଚରିତ୍ରକୁ ନେଇ ହୋଇଥିବା ଏହି ପରିବର୍ତ୍ତନରେ ମୁଁ ଖୁସି। ଆମ ପ୍ରଯୋଜକ ରାଜନ ସାରଙ୍କ ମନରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଥିବ ନିଶ୍ଚୟ। ମୁଁ ସନ୍ତୁଷ୍ଟ; ସବୁକିଛିକୁ ସକାରାତ୍ମକ ଭାବେ ଗ୍ରହଣ କରିବା ଉଚିତ୍।’’ ଏହା ବ୍ୟତୀତ ସେ ଫ୍ଲାସ୍‌ବ୍ୟାକ୍‌ରେ ଦେଖିବାକୁ ମିଳିବେ ବୋଲି ବି ସ୍ପଷ୍ଟ କରିଛନ୍ତି।

ସୋ’ ଆରମ୍ଭ ହୋଇଥିବା ବେଳେ ସମର୍‌ ଚରିତ୍ର ନିଭାଉଥିଲେ ପାରସ୍‌ କଲ୍‌ନାୱତ୍‌। ସେ ‘ଅନୁପମା’କୁ ଛାଡ଼ିବ‌ା ପରେ ତାଙ୍କ ସ୍ଥାନରେ ଆସିଥିଲେ ସାଗର୍‌ ପାରେଖ। ଏବେ ସାଗର୍‌ ବି ଧାରାବାହିକରୁ ବିଦାୟ ନେଉଥିବା କାରଣରୁ ଦର୍ଶକ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ‌ସୋସିଆଲ୍‌ ମିଡିଆରେ ସମର୍‌ ଚରିତ୍ରର ଅଚାନକ ମୃତ୍ୟୁକୁ ପ୍ରଶଂସକ ଅପ୍ରାସଙ୍ଗିକ ବୋଲି କହୁଛନ୍ତି। କେହି କେହି ସୋ’ରେ ଆଗକୁ କ’ଣ ଟ୍ବିଷ୍ଟ୍‌ ଆସିବ ବୋଲି ଉତ୍ସାହ ବି ଅଛନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button