ଦେଶ ବିଦେଶ

୫ ଦିନିଆ ଇଡି ରିମାଣ୍ଡରେ ସଞ୍ଜୟ ସିଂହ – Utkal Mail


ନୂଆଦିଲ୍ଲୀ: ଆମ ଆଦମି ପାର୍ଟି ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ରାଉଜ ଏଭିନ୍ୟୁ କୋର୍ଟ ୫ ଦିନ ପାଇଁ ଇଡି ରିମାଣ୍ଡରେ ପଠାଇ ଦେଇଛନ୍ତି । ସିଂହଙ୍କୁ ଦିଲ୍ଲୀ ମଦ ନୀତି ମାମଲାରେ ଇଡ଼ି ଅକ୍ଟୋବର ୪ ତାରିଖରେ ଗିରଫ କରିଥିଲା ।

ସଞ୍ଜୟ ସିଂହଙ୍କ ନର୍ଥ ଏଭିନ୍ୟୁସ୍ଥିତ ସରକାରୀ ଆବାସରେ ଅନେକ ଘଣ୍ଟା ରେଡ ଏବଂ ଜେରା କରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । କିଛି ଡିଲରଙ୍କୁ ଲାଭ ପହଞ୍ଚାଇବା ପାଇଁ କଥିତ ରୂପେ ଲାଞ୍ଚ ନିଆଯାଉଥିଲା ବୋଲି ଇଡି ଆରୋପ ଲଗାଇଛି ।


Related Articles

Leave a Reply

Your email address will not be published. Required fields are marked *

Back to top button