ଦେଶ ବିଦେଶ

କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ୍‌ – Utkal Mail


ମୁମ୍ବାଇ: କ୍ରମାଗତ ୪ର୍ଥ ଥର ପାଇଁ ‘ରେପୋ’ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଘୋଷଣା କରିଛି।

ରିଜର୍ଭ ବ୍ୟାଙ୍କ୍‌ର ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ବୈଠକରେ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

ଅକ୍ଟୋବର ୪ ତାରିଖରେ ଆରମ୍ଭ ହୋଇଥିବା ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ର ୩ଦିନିଆ ବୈଠକରେ ଅଧ୍ୟକ୍ଷତା କରିଥିଲେ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ। ଆଜି ଉକ୍ତ ଦ୍ବିମାସିକ ବୈଠକ ଶେଷ ହୋଇଛି।

Image Courtesy of NDTV

ଏଥିରୁ ଜଣାପଡୁଛି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ।

ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି, ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କ୍‌ ବ୍ୟବସ୍ଥା ସୁଦୃଢ଼ ରହିଛି। ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି।

ଖାଦ୍ୟ ଓ ଇନ୍ଧନ ଦରକୁ ଛାଡ଼ି ବାକି କ୍ଷେତ୍ରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲା। କିନ୍ତୁ, ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବାରୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଛି। ଏହାଛଡ଼ା, ବିଶ୍ବ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି ବୋଲି ସେ କହିଛନ୍ତି।

 




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button