ବଜାରକୁ ଆସିଛି ମାଛ ଚା’, ଗ୍ରାହକ ଦେଖି ହେଲେ ଅସନ୍ତୋଷ – Utkal Mail
ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥିମଧ୍ୟରୁ କିଛି ଫଟୋ ଓ ଭିଡିଓକୁ ଲୋକେ ପସନ୍ଦ କରୁଥିବା ବେଳେ ଆଉ କିଛିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥାଆନ୍ତି।
ନିକଟରେ ଏକ୍ସ(ଟୁଇଟର)ରେ ଏକ ମାଛ ଚା’ର ଭିଡିଓ ପୋଷ୍ଟ ହୋଇଛି। ଯାହାକୁ ଦେଖି ଚା’ ପ୍ରିୟ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚା’ ସହିତ ଏମିତି ଏକ୍ସପେରିମେଣ୍ଟ କରିବାକୁ ଲୋକେ କେମିତି ଚିନ୍ତା କରି ପାରିଲେ ବୋଲି ପ୍ରଶ୍ନ କରିଛନ୍ତି।
Where are Chai lovers? ☕
Here’s something for you 😉 pic.twitter.com/aDS0SjbmoW— PRICE TRADER (@price_trader_) October 2, 2023
ଏହି ଭିଡିଓକୁ ଏକ୍ସରେ ପ୍ରାଇସ ଟ୍ରାଡର ନାମକ ଆକାଉଣ୍ଟରେ ସେୟାର କରାଯାଇଛି। ଯେଉଁଥିରେ ଦେଖିବାକୁ ମିଳୁଛି। ଜଣେ ବ୍ୟକ୍ତି ଗ୍ୟାସରେ ଚା’ ବସାଇଛନ୍ତି। ଯେମିତି ହିଁ ଚା’ ଫୁଟୁଛି ସେ ଏକ କଞ୍ଚାମାଛର ଲାଞ୍ଜ ଆଣି ସେଥିରେ ପକାଉଛନ୍ତି। କିଛି ସମୟ ଫୁଟିବା ପରେ ସେ ଚା’ରୁ ଲାଞ୍ଜ ବାହାରି କରି ଛାଣି ଦେଉଛନ୍ତି।
ଛଣା ଚା’କୁ ଏକ ଗ୍ଲାସରେ ଭର୍ତ୍ତି କରି ରଖୁଛନ୍ତି। ଏହାପରେ ସେଥିରେ ଏକ କାଠି ବୁଡ଼ାଇ ଉକ୍ତ ମାଛକୁ ଖଞ୍ଜି ଦେଉଛନ୍ତି। ଏହି ମାଛ ଚା’ର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ଲୋକେ ଏହାକୁ ନେଇ ଅସସନ୍ତୋଷ ବ୍ୟକ୍ତ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।