ଦେଶ ବିଦେଶ

ସୁପ୍ରିମ୍‌କୋର୍ଟଙ୍କ ରାୟ: ଭିଡ଼ିଓ କନଫରେନ୍ସ ଶୁଣାଣିକୁ ମନା କରିପାରିବେନି ହାଇକୋର୍ଟ – Utkal Mail


ନୂଆଦିଲ୍ଲୀ: ଦୁଇ ସପ୍ତାହ ପରେ କୌଣସି ହାଇକୋର୍ଟ ଭିଡ଼ିଓ କନଫରେନ୍ସ ବା ହାଇବ୍ରିଡ୍‌ ମୋଡ୍‌ ଶୁଣାଣିରେ ଓକିଲ ବା ମାମଲାକାରୀଙ୍କ ଅଂଶଗ୍ରହଣକୁ ମନା କରିପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ କହିଛନ୍ତି। ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ବିଚାରପତି ଜେବି ପାର୍ଦ୍ଦିୱାଲା ଓ ବିଚାରପତି ମନୋଜ ମିଶ୍ରଙ୍କ ଖଣ୍ଡପୀଠ ହାଇକୋର୍ଟଗୁଡ଼ିକରେ ଟେକ୍ନୋଲୋଜିର ସର୍ବନିମ୍ନ ବ୍ୟବହାରକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଏ ସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କୋର୍ଟ ଏହି ନିର୍ଦ୍ଦେଶନାମାରେ କହିଛନ୍ତି, ଆଜିଠୁ ଚାରି ସପ୍ତାହ ଭିତରେ ସମସ୍ତ ହାଇକୋର୍ଟ ହାଇବ୍ରିଡ୍‌ ବା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଶୁଣାଣିକୁ ସୁନିଶ୍ଚିତ କରିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି)ର ବ୍ୟବସ୍ଥା କରିବେ। ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୋର୍ଟଗୁଡ଼ିକରେ ଇଣ୍ଟରନେଟ୍‌ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ କୋର୍ଟ କେନ୍ଦ୍ର ଆଇଟି ମନ୍ତ୍ରଣାଳୟକୁ ମଧ୍ୟ ନିର୍ଦ୍ଦେଶ ଦେଇଥିବା କହିଥିଲେ। ସିଜେଆଇ କହିଥିଲେ- ତୁମକୁ ଯଦି ଜଜ୍ ହେବାର ଅଛି, ତେବେ ତୁମକୁ ଟେକ୍-ଫ୍ରେଣ୍ଡଲି ହେବାକୁ ପଡ଼ିବ। ଟେକ୍ନୋଲୋଜି ଆଉ ଏକ ବିକଳ୍ପ ହୋଇ ରହିନାହିଁ, ଏହା ବାଧ୍ୟତାମୂଳକ ହୋଇଯାଇଛି ବୋଲି ପ୍ରଧାନବିଚାରପତି ଚନ୍ଦ୍ରଚୂଡ଼ କହିଥିଲେ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button