ଓଡିଶା
ବନ୍ୟାପ୍ରାଣୀ ସପ୍ତାହ ଉତ୍ସବ ପାଳନ
ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ତରଫରୁ ଆୟୋଜିତ “ଜିଲ୍ଲାସ୍ତରୀୟ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବ” ଅବସରରେ “ଉପଖଣ୍ଡ ସ୍ତରୀୟ ବିଜୁପଟ୍ଟନାୟକ ବନ୍ୟପ୍ରାଣୀ ସୁରକ୍ଷା-୨୦୨୩ ପୁରସ୍କାର ବିତରଣ ଉତ୍ସବ” କାର୍ଯ୍ୟକ୍ରମରେ, ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀ ବିକ୍ରମ କୁମାର ପଣ୍ଡା, ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି, ଜିଲ୍ଲା ବନ ଅଧିକାରୀ ଶ୍ରୀଯୁକ୍ତ ସନ୍ନି ଖୋଖାର ତଥା ବହୁ ବରିଷ୍ଟ ବନ ବିଭାଗ ଅଧିକାରୀ ମାନେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ, ମାନ୍ୟବର ବିଧାୟକ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ଦେବାର୍ଥେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସଦାସର୍ବଦା ଚେଷ୍ଟିତ ଏବଂ ଓଡ଼ିଶାକୁ ବନ୍ୟପ୍ରାଣୀ ସୁରକ୍ଷାରେ ସାରା ବିଶ୍ବରେ ଏକ ଦୃଷ୍ଟାନ୍ତକରି ରାଜ୍ୟ କରିବା ପାଇଁ ବଦ୍ଧପରିକର ଅଛନ୍ତି ବୋଲି ଜଣାଇବ ସହିତ ଉତ୍ସବର ଆୟୋଜକ ମାନଙ୍କୁ ପ୍ରଶଂସା କରି ଉତ୍ସାହିତ କରିଥିଲେ ।